ଓଡିଶା ରକ୍ତଦାତା ସଂଘର ରକ୍ତଦାନ ଶିବିର ୪୬ ୟୁନିଟ ସଂଗୃହିତ

ଓଡିଶା ରକ୍ତଦାତା ସଂଘର ରକ୍ତଦାନ ଶିବିର ୪୬ ୟୁନିଟ ସଂଗୃହିତ

ଓଡିଶା ରକ୍ତଦାତା ସଂଘର ରକ୍ତଦାନ ଶିବିର ୪୬ ୟୁନିଟ ସଂଗୃହିତ

ସେମିଳିଗୁଡା.ତାରିଖ ୫,୭,୨୦୨୬,ଆଜି ଓଡିଶା ରକ୍ତଦାତା ସଂଘ କୋରାପୁଟ ଶାଖାତରଫରୁ ସେମିଳିଗୁଡା ପ୍ରେସକ୍ଳବର ପଶ୍ଚାତ ଇ ଲାଇବ୍ରେରୀଠାରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା।ପ୍ରବଳ ବର୍ଷା ସତ୍ତ୍ବେ ୪୬ଜଣ ରକ୍ତଦାତା ରକ୍ତଦାନ କରିଥିଲେ।ଏହି ଶିବିରକୁ ସଂଘର ଉପଦେଷ୍ଟା ଡକ୍ଟର ଚିତ୍ତରଞ୍ଜନ ମିଶ୍ର ଓ ଏଫବିଡିଓର ରାଜ୍ଯ କାର୍ଯ୍ଯକାରୀ ସଭାପତି ଡକ୍ଟର ନରେଶ ଚନ୍ଦ୍ର ସାହୁ ଉଦଘାଟନ କରିଥିଲେ। ଏହାପରେ ନରେଶ ସାହୁଙ୍କୁ ସଂଘ ତରଫରୁ ଉପଢୌକନ ଓ ଫୁଲତୋଡା ଦେଇ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଥିଲା।ଏହି ଅବସରରେ ସଂଘର ସାଧାରଣ ସମ୍ପାଦିକା ଶ୍ରିମତୀ ସ୍ନିଗ୍ଧାରାଣୀ ମିଶ୍ର,ଉପଦେଷ୍ଟା ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ସଭାପତି ବିଜୟ ସାହୁ ଅଭିଭାଷଣ ପ୍ରଦାନ କରି ରକ୍ତଦାନ କ୍ଷେତ୍ରରେ ଡକ୍ଟର ସାହୁଙ୍କ ଭୂମିକା ବର୍ଣ୍ଣନା କରିଥିଲେ।ଏହାପରେ ରକ୍ତଦାନ ଶିବିର ହୋଇ ଥିଲା। ଏଥିରେ ଦୁଇଟି ଦମ୍ପତ୍ତିଙ୍କ ସହ ତିନୋଟି ପରିବାରର ସବୁ ସଦସ୍ଯ ରକ୍ତଦାନ କରିଥିଲେ। ଲଗାଣ ବର୍ଷା ସତ୍ତ୍ବେ କୋରାପୁଟ, ଦାମନଯୋଡି,ସୁନାବେଡାରୁ ଆସି ଲୋକ ରକ୍ତଦାନ କରିଥିଲେ।ଶିବିରରେ ଦୀକ୍ଷା,ଅମିତ,ବିକି,ଚୈତନ୍ଯ, ଆଶୀଷ,ବିମଲ,ନାରାୟଣ, ସରୋଜ, କେଦାର,ରଣପ୍ରୀତ,ରାଜଶ୍ରୀ, ସୁନୀଲ୍,ସଂଜୟ,ଶିବ,ସୂଜୀତ,ସୁନୀଲ,ଉମାକାନ୍ତ, ବୁଦା,ସୁକାନ୍ତି,ରଘୁନାଥ, ଚନ୍ଦନ, ରୀତାଞ୍ଜଳୀ,ଶାନ୍ତନୁ,ହରେକୃଷ୍ଣ, ସୀମାଞ୍ଚଳ, ଶଶିକାନ୍ତ,ସୁଧାଂଶୁ,ରମେଶ, ମଣ୍ଟୁ, ବିକାଶ ,ଜୀତେନ୍ଦ୍ର, ମଦନ,ଦିବ୍ଯାଂଶୀ,ହୃଦାନନ୍ଦ, ଦିବ୍ଯ, ସୌଦାମିନୀ,ସତ୍ଯ, ଶ୍ରୀକାନ୍ତ, ଇଶ୍ବର, ପ୍ରତିମା,ହୃଷିକେଶ, ଆନନ୍ଦ, ଭାଗୁ,ଶଙ୍କର, ଦୀପକ,ଅଂଜନ ରକ୍ତଦାନ କରି ଜୀବନଦାତା ସାଜିଥିଲେ।ଅନ୍ୟମାନଙ୍କ ମଧ୍ଯରେ ସଂଘର କାର୍ଯ୍ଯକାରୀ ସଭାପତି,ପ୍ରଦୀପ କୁମାର ତ୍ରିପାଠୀ,ଉପଦେଷ୍ଟା ଅଜୟ କୁମାର ସାହୁ,ଉପସଭାପତି ଜୟ ବାଡତ୍ୟା ,ସଂଗଠନ ସଂପାଦକ ଆନନ୍ଦ ମୌଳି ପଟ୍ଟନାୟକ, କୋଷାଧ୍ୟକ୍ଷ ଗଣେଶ ସାହୁ,ଯୁଗ୍ମ ସଂପାଦକ ସ୍ବସ୍ତିିକ ମିଶ୍ର,ସଦସ୍ଯ ଜ୍ବୋସ୍ନା ବାଡତ୍ୟା,ଆଶା ଶର୍ମା ଯୋଗଦେଇ ଥିଲେ।ଶିବଶକ୍ତି ବଣିକ ସଂଘର ସଭାପତି ଏମ୍.ଭି.ରମେଶଙ୍କୁ ସଂଘର ନୂତନ ସଦସ୍ଯ ଭାବରେ ଗ୍ରହଣ କରାଯାଇଥିଲା।ଗୋବିନ୍ଦ ବଲ୍ଲଭ ପାଢୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଓ ଅଜୟ ସାହୁଙ୍କୁ ଜନ୍ମ ଦିନ ଶୁଭେଛା ଜ୍ଞାପନ କରାଯାଇ ଥିଲା।କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟର ରକ୍ତ କେନ୍ଦ୍ରର ଡାକ୍ତର ମଧୁସୂଦନ ବଳିୟାରସିଂହ ଓ କର୍ମଚାରୀ ଭି.ଗଂଗାଧର, କୈବଲ୍ୟ ଦାଶ,ଅଜିତ ଗୌଡ, ରବୀନ୍ଦ୍ର ମିଶ୍ର ରକ୍ତ ସଂଗ୍ରହ କରିଥିଲେ।ପ୍ରବଳ ବର୍ଷାରେ ମଧ୍ଯ ସମସ୍ତଙ୍କର ସହଯୋଗ ପାଇଁ ସଂପାଦିକା ଶ୍ରୀମତୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।