କଳିଯୁଗରେ ଯେଉଁଠାରେ ବି ଶ୍ରୀରାମଙ୍କ ନାମ ସଂକୀର୍ତ୍ତନ ହୁଏ, ସେଠାରେ ପ୍ରଭୁ ହନୁମାନ ଅଦୃଶ୍ୟ ରୂପରେ ବିରାଜମାନ କରନ୍ତି ବୋଲି ବିଶ୍ବାସ
ରାୟଗଡ( info media) ବଜରଙ୍ଗବଲୀ ହନୁମାନ ହେଉଛନ୍ତି ମହାବୀର ହିନ୍ଦୁ ଧର୍ମର ଜଣେ ଅତି ପ୍ରମୁଖ ଏବଂ ପୂଜନୀୟ ଦେବତା. ସେ ହେଉଛନ୍ତି ଭଗବାନ ଶିବଙ୍କରଏକାଦଶ ରୁଦ୍ର ଅବତାର. ତାଙ୍କର ଅସୀମ ଶକ୍ତି, ନିଶ୍ବାର୍ଥପର ଭକ୍ତି ଏବଂ ସାହସ ପାଇଁ ସେ ସାରା ଜଗତରେ ପ୍ରସିଦ୍ଧ ବଜରଙ୍ଗବଳି ହନୁମାନ I ଓଡ଼ିଆ ସଂସ୍କୃତି ଏବଂ ପୁରାଣ ଆଧାରରେ ପ୍ରଭୁ ହନୁମାନଙ୍କର ଇତିହାସ ଓ ମହିମା ଅନୁଯାଇ ହନୁମାନଙ୍କ ମାତାଙ୍କ ନାମ ଅଞ୍ଜନା ଏବଂ ପିତାଙ୍କ ନାମ କେଶରୀ (ବାନର ରାଜା) l ତପସ୍ୟାରେ ପ୍ରସନ୍ନ ହୋଇ ବାୟୁଦେବ (ପବନ ଦେବ) ତାଙ୍କୁ ଭଗବାନ ଶିବଙ୍କର ଅଂଶ ସ୍ବରୂପ ପବିତ୍ର ଖିରୀ ପ୍ରଦାନ କରିଥିଲେ. ଏଥିପାଇଁ ହନୁମାନଙ୍କୁ ବାୟୁପୁତ୍ର ବା ପବନପୁତ୍ର ମଧ୍ୟ କୁହାଯାଏ.ହନୁମାନ ରାମାୟଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ lରାମାୟଣ ମହାକାବ୍ୟରେ ହନୁମାନଙ୍କ ବିନା ପ୍ରଭୁ ଶ୍ରୀରାମଙ୍କ ଲୀଳା ଅସମ୍ପୂର୍ଣ୍ଣ lପ୍ରଭୁ ଶ୍ରୀରାମଙ୍କ ସହ ହନୁମାନ ଙ୍କ ଭେଟହୋଇଥିଲା କିଷ୍କିନ୍ଧ୍ୟା ନିକଟରେ ଋଷ୍ୟମୂକ ପର୍ବତରେ ସେ ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ପ୍ରଥମେ ଭେଟିଥିଲେ ଏବଂ ସୁଗ୍ରୀବଙ୍କ ସହ ସେମାନଙ୍କର ମିତ୍ରତା କରାଇଥିଲେ l ମାତା ସୀତାଙ୍କ ସନ୍ଧାନ ପାଇଁସେ ବିଶାଳ ସମୁଦ୍ର ଲଙ୍ଘି ଲଙ୍କାରେ ପହଞ୍ଚିଥିଲେ, ସୀତାଙ୍କୁ ଶ୍ରୀରାମଙ୍କ ମୁଦ୍ରିକା ଦେଇ ଆଶ୍ବାସନା ଦେଇଥିଲେ ଏବଂ ନିଜ ଲାଙ୍ଗୁଡ଼ରେ ସାରା ଲଙ୍କା ପୋଡ଼ି ଛାରଖାର କରିଦେଇଥିଲେ l ଲକ୍ଷ୍ମଣ ଶକ୍ତିଭେଦରେ ମୂର୍ଛିତ ହେବା ସମୟରେ ହନୁମାନ ଗନ୍ଧମାର୍ଦ୍ଦନ ପର୍ବତକୁ ଉଠାଇ ଆଣି ଲକ୍ଷ୍ମଣଙ୍କ ପ୍ରାଣ ରକ୍ଷା କରିଥିଲେ l ଧାର୍ମିକ ଗ୍ରନ୍ଥ ଅନୁସାରେ ହନୁମାନ ହେଉଛନ୍ତି ଅଷ୍ଟସିଦ୍ଧି ଓ ନବନିଧିର ଦାତା ଏବଂ ସେ ହେଉଛନ୍ତି ଚିରଞ୍ଜୀବୀ (ଅମର). କଳିଯୁଗରେ ଯେଉଁଠାରେ ବି ଶ୍ରୀରାମଙ୍କ ନାମ ସଂକୀର୍ତ୍ତନ ହୁଏ, ସେଠାରେ ପ୍ରଭୁ ହନୁମାନ ଅଦୃଶ୍ୟ ରୂପରେ ବିରାଜମାନ କରନ୍ତି ବୋଲି ବିଶ୍ବାସ କରାଯାଏ।ଓଡ଼ିଶାରେ ପ୍ରତିବର୍ଷ ଓଡ଼ିଆ ନବବର୍ଷ ଅର୍ଥାତ୍ ମହାବିଷୁବ ସଂକ୍ରାନ୍ତି ଦିନ ହନୁମାନ ଜୟନ୍ତୀ ବହୁତ ଧୂମଧାମରେ ପାଳନ କରାଯାଏ l କଳିଯୁଗରେ ହନୁମାନ ଙ୍କ ମହିମା ପ୍ରଚାର ଓ ହିନ୍ଦୁ ଧର୍ମ ର ପ୍ରଚାର ପ୍ରସାର ନିମନ୍ତେ ଶ୍ରୀ ଚୈତନ୍ୟ ରାମଜୀ ମହାରାଜ,ଲୀଳାବତୀ ଷଡ଼ଙ୍ଗୀ ଓ ଗୁରୁମାତା ଶ୍ରୀମତୀ ଗୀତଦେବୀ ଙ୍କ ପ୍ରତାକ୍ଷ୍ୟ ତତ୍ୱାବଧାନ ରେ ରାୟଗଡ ଜ଼ିଲ୍ଲା ର ଶତାଧିକ ହନୁମାନ ଙ୍କ ମନ୍ଦିର ପ୍ରତିଷ୍ଠା କରିବା ସହିତ ରାମଚରିତ ମାନସ ଓ ହନୁମାନ ଚାଳିଶା ଦୈନଦିନ ପଠନ କରାଇ ଜନସାଧାରଣ ଙ୍କ ମନରେ ହିନ୍ଦୁତ୍ୱ ଜଗରଣ ସନାତନ ଧର୍ମ ରକ୍ଷା କରିପାରିବେ ରେ ସକ୍ଷମ ହୋଇପାରିଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
