କୋଟପାଡ଼ରେ ବନ୍ୟା ସ୍ଥିତି ସମୀକ୍ଷା କଲେ କୋରାପୁଟ ଜିଲ୍ଲାପାଳ

କୋଟପାଡ଼ରେ ବନ୍ୟା ସ୍ଥିତି ସମୀକ୍ଷା କଲେ କୋରାପୁଟ ଜିଲ୍ଲାପାଳ

କୋଟପାଡ଼ରେ ବନ୍ୟା ସ୍ଥିତି ସମୀକ୍ଷା କଲେ କୋରାପୁଟ ଜିଲ୍ଲାପାଳ

କୋରାପୁଟ: ଆଜି କୋରାପୁଟ ଜିଲ୍ଲାପାଳ କୋଟପାଡ଼ ଗସ୍ତ କରି ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଥିତି ସମୀକ୍ଷା କରିଛନ୍ତି। ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ପରିବାରମାନଙ୍କ ସୁରକ୍ଷା ଓ ମୌଳିକ ଆବଶ୍ୟକତା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି।କ୍ଷତିଗ୍ରସ୍ତ ପରିବାରମାନଙ୍କୁ କଲ୍ୟାଣ ମଣ୍ଡପରେ ସୁରକ୍ଷିତ ଆଶ୍ରୟ ଯୋଗାଇ ଦିଆଯାଇଛି। ସେଠାରେ ଖାଦ୍ୟ, ପାନୀୟ ଜଳ, ବିଜୁଳି ଓ ସ୍ୱଚ୍ଛତା ସମେତ ଆବଶ୍ୟକୀୟ ସମସ୍ତ ସୁବିଧା ସୁନିଶ୍ଚିତ କରାଯାଇଛି।ବିଶେଷକରି ଶିଶୁ, ଗର୍ଭବତୀ ମହିଳା ଓ ବୟସ୍କମାନଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ସ୍ୱତନ୍ତ୍ର ମେଡିକାଲ ଟିମ୍ ନିୟୋଜିତ କରାଯାଇଛି। ମେଡିକାଲ ଟିମ୍ ପକ୍ଷରୁ ଆବଶ୍ୟକୀୟ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି।ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ଆରକ୍ଷୀ ଅଧିକ୍ଷକ, କୋରାପୁଟ, ଏବଂ କୋଟପାଡ଼ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ବନ୍ୟା ପରିସ୍ଥିତି ଓ ରିଲିଫ୍ ବ୍ୟବସ୍ଥାର ତଦାରଖ କରିଥିଲେ।