ଗଞ୍ଜାମ ଜିଲ୍ଲା ପୋଲସରାରେ ବ୍ଲକ ସ୍ତରୀୟ “ବିକାଶ ଧାରା ଓଡ଼ିଶା ସାରା” ୩ୟ ଦିବସରେ “ଷ୍ଟାର୍ଟ ଅପ୍ ଓଡ଼ିଶା” କର୍ମଶାଳା।

ଗଞ୍ଜାମ ଜିଲ୍ଲା ପୋଲସରାରେ ବ୍ଲକ ସ୍ତରୀୟ "ବିକାଶ ଧାରା ଓଡ଼ିଶା ସାରା" ୩ୟ ଦିବସରେ "ଷ୍ଟାର୍ଟ ଅପ୍ ଓଡ଼ିଶା" କର୍ମଶାଳା।

ଗଞ୍ଜାମ ଜିଲ୍ଲା ପୋଲସରାରେ ବ୍ଲକ ସ୍ତରୀୟ “ବିକାଶ ଧାରା ଓଡ଼ିଶା ସାରା” ୩ୟ ଦିବସରେ “ଷ୍ଟାର୍ଟ ଅପ୍ ଓଡ଼ିଶା” କର୍ମଶାଳା।ପୋଲସରା ୧୯/୬/୨୬ ରାଜ୍ୟ ସରକାରଙ୍କ ଶାସନ କରିବାର ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ସମଗ୍ର ରାଜ୍ୟରେ ସ୍ବତନ୍ତ୍ର ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଚାଲୁ ରହିଛି। ଏହି କ୍ରମରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକରେ ଚାଲିଥିବା କାର୍ଯ୍ୟକ୍ରମର ତୃତୀୟ ଦିବସରେ ଷ୍ଟାର୍ଟ ଓଡ଼ିଶା ବିଷୟ ଅନ୍ତର୍ଗତ ଓଡ଼ିଶା ଷ୍ଟାର୍ଟଅଫ୍ ନୀତି: ବରିଷ୍ଠ ଇକୋସିଷ୍ଟମ, ଦେଶ ବିଦେଶରେ ପରିଚୟ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ପୋଲସରା ବିଡିଓ ଶଶୀଭୁଷଣ ମହାପାତ୍ର ପରିଚାଳନା କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଡିଆଇସି ଜେନେରାଲ ମ୍ୟାନେଜର ହୃଷିକେଶ ବେହେରା ଯୋଗଦେଇ ଓଡ଼ିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମାଧ୍ୟମରେ ଷ୍ଟାର୍ଟଅପ୍ ଉଦ୍ୟୋଗ ଜରିଆରେ ଜଣେ ଶିକ୍ଷିତରୁ ସର୍ବନିମ୍ନ ୮ ମ ଶ୍ରେଣୀ ପର୍ଯ୍ୟନ୍ତ ଏବଂ ଜଣେ ଅଶିକ୍ଷିତ ଯୁବକ ଯୁବତୀ ଏବଂ ମହିଳା ପୁରୁଷମାନେ ନିଜ ନିଜର ପସନ୍ଦର କର୍ମମୟ ରୋଜଗାର ରାସ୍ତା ବାଛି ସରକାରଙ୍କ ପ୍ରୋତ୍ସାହିତ ଯୋଜନା ଅନ୍ତର୍ଗତ କରି ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ ହେବାସହ ଅନ୍ୟକୁ ରୋଜଗାର ଦେଇ ବଞ୍ଚାଇପାରିବେ ସେଥି ଉପରେ ବୁଝାଇଥିବାବେଳେଏମ୍ପ୍ଲୋଇମେଣ୍ଟ ଅଫିସର ଭୁବନେଶ୍ବର ମହାପାତ୍ର ବ୍ରହ୍ମପୁର, ହିଞ୍ଜିଳିକାଟୁ ଆଇଟିଆଇର ଅଶୋକ କୁମାର ଡାକୁଆ ଓ ସ୍ୱାଧୀନ ଶେଖର ସାହୁ,ଉମାଚରଣ ପଟ୍ଟନାୟକ ବୈଷୟିକ ତାଲିମ ପ୍ରତିଷ୍ଠାନ ବ୍ରହ୍ମପୁରର ମହେଶ୍ବର ଜେନା, ଜିଲ୍ଲା ସ୍କିଲ୍ ଡେଭଲପମେଣ୍ଟ କମ୍ ଏମ୍ପ୍ଲୋଇମେଣ୍ଟ ଅଫିସର ଯସପାଲସି° ଯାଦବ ପ୍ରମୁଖ ଉକ୍ତ ହିଞ୍ଜିଳିକାଟୁ ଆଇଟିଆଇର ସଫଳତା ଏବଂ ସରକାରୀ ସୁବିଧା ଉପରେ ତାଲିମ ପ୍ରଦାନ କରିଥିଲେ। ଏହି ଅବସରରେ ବ୍ଲକର କିଛି ଶିକ୍ଷକଙ୍କୁ ଉତ୍ତରୀୟ, ମାନପତ୍ର ସହିତ ଟ୍ରଫି ଦିଆଯାଇ ସମ୍ବର୍ଦ୍ଧନା ଦିଆଯିବା ସହିତ ଲଘୁ ଉଦ୍ୟୋଗ ସକାଶେ ସରକାରଙ୍କ ବ୍ୟାଙ୍କ୍ ଋଣ ନେଇ ବ୍ୟବସାୟ କ୍ଷେତ୍ରରେ ସଫଳତା ହାସଲ କରିଥିବା ମା’ ସିଂହାସନୀ ଇଣ୍ଡଷ୍ଟିକୁ ପ୍ରୋତ୍ସାହନ ରାଶି ସ୍ବରୂପ ୩୧ ହଜାର ୬୯୩ ଟଙ୍କା ଏବଂ ମା’ ନାଇକାଣୀ ଇଣ୍ଡଷ୍ଟିକୁ ପ୍ରୋତ୍ସାହନ ସ୍ବରୂପ ୨ଲକ୍ଷ ୪୦ହଜାର ୬୬୧ ଟଙ୍କାର ପୁରସ୍କାର ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ପ୍ରଦାନ କରାଯାଇଥିଲା। ଏହି ବ୍ଲକ୍ ସ୍ତରୀୟ ସ୍ୱାବଲମ୍ବୀ ଯୁବ- ସମୃଦ୍ଧ ଓଡ଼ଶା ସମାବେଶ କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ତଥା ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ପ୍ରତିନିଧି ଭାବେ କାମ୍ଫ ବାଢେଇ ଯୋଗଦେଇ ମନ୍ତ୍ରୀଙ୍କ ବାର୍ତ୍ତାକୁ ପଢ଼ି ଶୁଣାଇ ଥିବା ବେଳେ ଏବିଡିଓ ସୋନମ ବେହେରା, ସୋଡକ ପଞ୍ଚାୟତ ସରପଞ୍ଚ ଉକ୍ତଳ ପ୍ରଧାନ, ଘୋଡାପଲାଣ ପଞ୍ଚାୟତ ସମିତିସଭ୍ୟା ପ୍ରତିନିଧି କାଳିଚରଣ ବେହେରା ଓ ନିମିନା ପଞ୍ଚାୟତ ସମିତିସଭ୍ୟା ପ୍ରତିନିଧି ନିଳମଣୀ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିବା ବେଳେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଛାତ୍ର ଓ ଛାତ୍ରୀ, ଅଙ୍ଗନବାଡି କର୍ମୀ ଓ ସୁପରଭାଇଜର, ସ୍ବାସ୍ଥ୍ୟ ବିଭାଗ, ଏସଏଚଜି ଗ୍ରୁପ, କୃଷି ବିଭାଗ, ଜଳ ବିଭାଜନ, ମୃତ୍ତିକା ସଂରକ୍ଷଣ ବିଭାଗ , ସ୍ୱେଚ୍ଛାସେବୀ, ଷ୍ଟାଫ୍ ଓ କର୍ମଚାରୀଗଣ ଉପସ୍ଥିତ ଥିଲେ। ଶେଷରେ ବିଡ଼ିଓ ମହୋଦୟ ସମସ୍ତଙ୍କ ଶୁଭମଙ୍ଗଳ କାମନା କରିବା ସହିତ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ