କବି ସୁଶାନ୍ତ ନାୟକ ଙ୍କ କବିତା ପୁସ୍ତକ ଲୋକାର୍ପିତ

କବି ସୁଶାନ୍ତ ନାୟକ ଙ୍କ କବିତା ପୁସ୍ତକ ଲୋକାର୍ପିତ

କବି ସୁଶାନ୍ତ ନାୟକ ଙ୍କ କବିତା ପୁସ୍ତକ ଲୋକାର୍ପିତ

ରାୟଗଡ( info media)ରାୟଗଡ ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଅନୁଷ୍ଠାନ ଠାରେ ଅନୁଷ୍ଠିତ ନିଦାଘ ମହୋତ୍ସବର ମୁଖ୍ୟ ଅତିଥି ତଥା ଦୈନିକ ସମାଜର ପ୍ରକାଶକ ରାଜେନ୍ଦ୍ର କୁମାର ଜେନାଙ୍କ ଦ୍ୱାରା କବି ସୁଶାନ୍ତ କୁମାର ନାୟକ ଙ୍କ କବିତା ପୁସ୍ତକ ‘ ପ୍ରତ୍ୟୟର ପ୍ରତିଶୃତି ‘ ଲୋକାର୍ପିତ ହୋଇଯାଇଛି। କବି ସୁଶାନ୍ତ ନାୟକଙ୍କ କାବ୍ୟ ନାୟକ କେବେ ଭସା ମେଘର ଛାଇରେ ଥକା ମାରିଚିତ ଆଉ କେବେ ଝରଣାର ଝୋଟିରେ ଭିଟାମାଟିର ମହକ ଖୋଜିଚି ବୋଲି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ରାଜେନ୍ଦ୍ର ଜେନା ପ୍ରକାଶ କରି କବି ସୁଶାନ୍ତଙ୍କ କାବ୍ୟ ପ୍ରତିଭାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।ବିଶିଷ୍ଟ ଶିକ୍ଷାବିତ ଡ଼ ଦୁଷ୍ମନ୍ତ କୁମାର ମହାନ୍ତି ଏହି ସଭାରେ ସଭାପତିତ୍ୱ କରିଥିବା ବେଳେ ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ ରାଜୀବ କୁମାର ଷଡ଼ଙ୍ଗୀ, ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ, ରାଜେଶ କୁମାର ପାଢ଼ୀ, ଶିବ ପ୍ରସାଦ ମିଶ୍ର, ନୀଳମଣି ପାଟଯୋଶୀ, ଗୀତଶ୍ରୀ ପ୍ରିୟମ୍ବଦା ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟିକ ପ୍ରାଣକୃଷ୍ଣ ପାଣିଗ୍ରାହୀ, ଅକ୍ଷୟ କୁମାର ଦାସ, ଡ଼ ପ୍ରୀତିଧାରା ସାମଲ, ରବି ଶତପଥି, ଡ଼ ପ୍ରଦୀପ କୁମାର ମିଶ୍ର, ସୁଶାନ୍ତ ଦାଶ, ବିଦେଶୀ ନାୟକ, ଅମିତାଭ ଖିଲାର, ନୀଳଲୋହିତ ମହାପାତ୍ର, ଭୁବନ ମୋହନ ମହାନ୍ତି, ଶିବାଶିଷ କର,ରମେଶ ମିଶ୍ର, ଅଶ୍ୱିନୀ ତ୍ରିପାଠୀ, ଅଶୋକ ମିଶ୍ର, ଜଗଦୀଶ ଦୋରା, ଡ଼ ପ୍ରସନ୍ନ ଗନ୍ତାୟତ, ଡ଼ ଅର୍ଚ୍ଚନା ପଟନାୟକ ପ୍ରଭୃତି ଯୋଗଦେଇଥିଲେ l ଏହି ଅବସରରେ ସୁଶାନ୍ତ ନାୟକ ଏହି ଉପାନ୍ତ ଅଞ୍ଚଳ ରେ ମାତୃଭାଷା ପ୍ରତି ନେଉଥିବା ପଦକ୍ଷେପ ସର୍ବସାଧାରଣରେ ପ୍ରଶଂସା କରାଯାଇଥିଲା l

ଅଗାମି ଦିନରେ ସମସ୍ତ ଅଂଚଳକୁ ଗସ୍ତକରି ଓଡ଼ିଆ ବର୍ଣ୍ଣବୋଧ ବଣ୍ଟନ କରାଯିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯଇଥିଲାରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ