ଅମରଜ୍ୟୋତି ଯୁବକ ସଂଘ, ଭୋଇପାଲିକୁ “ପ୍ରକୃତି ମିତ୍ର” ପୁରସ୍କାର ପ୍ରଦାନ
ବରଗଡ (ଭବାନୀ ଶଙ୍କର ପାଢ଼ୀ) ଆଜି ତା ୫-୬-୨୦୨୬ ରିଖ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ବରଗଡ଼ ଜିଲ୍ଲା ସ୍ତରୀୟ ଉତ୍ସବରେ ଏକ ଭବ୍ୟ ସମାରୋହରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ, ବରଗଡ଼ ଏସ୍.ପି. ଶ୍ରୀ ରବୀନ୍ଦ୍ରନାଥ ଶତପଥୀ, ଡି.ଏଫ୍.ଓ. ଶ୍ରୀ ସରୋଜ ପଣ୍ଡା ଓ ଭଟଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ନିତ୍ୟାନନ୍ଦ ପ୍ରଧାନଙ୍କ ଉପସ୍ଥିତିରେ ପ୍ରକୃତି ତଥା ପରିବେଶ ସୁରକ୍ଷା ପାଇଁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଭେଡେନ ବ୍ଲକର ଭୋଇପାଲି ଅମରଜ୍ୟୋତି ଯୁବକ ସଂଘକୁ ବର୍ଷ ୨୦୨୬ ପାଇଁ “ପ୍ରକୃତି ମିତ୍ର” ପୁରସ୍କାର ପ୍ରଦାନ କରାଯାଇଛି।
ପୁରସ୍କାର ସ୍ୱରୂପ ୨୦ ହଜାର ଟଙ୍କାର ଏକ ଚେକ୍ ଏବଂ ମାନ୍ୟବର ପରିବେଶ ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଓ ପ୍ରମୁଖ ଶାସକ ସଚିବ ଶ୍ରୀମତୀ ଭାମୁର ଶର୍ମାଙ୍କ ଦସ୍ତଖତ ଥିବା ଏକ ମାନପତ୍ର ପ୍ରଦାନ କରାଯାଇଛି।
ଆଜି ଅମରଜ୍ୟୋତି ଯୁବକ ସଂଘର ସଦସ୍ୟ ଶ୍ରୀ ଅମିୟ କୁମାର ମେହେର, ଶ୍ରୀ ସୁଧୀର କୁମାର ଭୋଇ, ଶ୍ରୀ ଶିଶିର କୁମାର ଭୋଇ, ଶ୍ରୀ ଅନୁପ ଭୋଇ ଓ ଶ୍ରୀ ସ୍ୱରୂପ କୁମାର ଭୋଇ ଜିଲ୍ଲାପାଳଙ୍କ ହସ୍ତରୁ ଏହି ପୁରସ୍କାର ଗ୍ରହଣ କରିଥିଲେ।
ଏହି ସଫଳତା ପାଇଁ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।
