ଅଂଶୁଘାତରେ ଯୁବକ ପ୍ରାଣ ହରାଇଛନ୍ତି ( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର)ବେଗୁନିଆ ପଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ସୁମଣ୍ଡଳ ଗ୍ରାମର ଗୌରାଙ୍ଗ ବିଶ୍ୱାଳ ଙ୍କ ପୁତ୍ର ତପନ ବିଶ୍ବାଳ ଭେଜିପୁଟ ଗ୍ରାମରୁ ସାଇକେଲ ଯୋଗେ ନିଜ ଗ୍ରାମକୁ ଫେରୁଥିବା ବେଳେ ହଠାତ୍ ରାସ୍ତା କଡ଼ରେ ଚେତା ହରେଇ ପଡିଯାଇଥିବା ବେଳେ ଅଞ୍ଚଳବାସୀଙ୍କ ସହଯୋଗ ରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ବର୍ତମାନ ପ୍ରଚଣ୍ଡ ରୌଦ୍ରତାପରେ ସାମାଜିକ ଜୀବନ ଡହଳବିକଳ ହେଉଛନ୍ତି। ଏହି ଭଳି ପରିସ୍ଥିତିରେ ତପନର ମୃତ୍ୟୁ ଘଟିଥିବା ଜଣାପଡିଛି।
ଅଂଶୁଘାତରେ ଯୁବକ ପ୍ରାଣ ହରାଇଛନ୍ତି
