ରମ୍ପା ପଞ୍ଚାୟତ ରେ ବର୍ଷା ହୋଇ କ୍ଷତି ହୋଇଥିବା କାଜୁ ବଗିଚା ବୁଲି ଦେଖିଲେ ବିଧାୟକ ।
ଗଜପତି,୧୭.୪(ମନୋଜ ପାଢ଼ୀ):– ଆଜି ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ରମ୍ପା ପଞ୍ଚାୟତ ଦେଉଳା ଗ୍ରାମ ଠାରେ ଏକ କ୍ରିକେଟ୍ ଟୁର୍ନାମେଣ୍ଟ ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଧାୟକ ରୂପେସ ପାଣିଗ୍ରାହୀ , ଗ୍ରାମ ଠାରୁ ଯୁବ ଗସ୍ତି ମାନେ ଏକତ୍ର ହୋଇ ବିଧାୟକ ଙ୍କୁ ଭବ୍ୟ ସ୍ଵାଗତ ଜଣାଇଥିଲେ , ପରେ ଉଦଘାଟନ ପରେ ଖେଳ ଆରମ୍ଭ ହୋଇଥିଲା , ଏହି ଟୁର୍ନାମେଣ୍ଟ ପ୍ରାୟ 2 ମାସ ଧରି 40 ଗୋଟି ଟିମ୍ ଖେଳ ରେ ସାମିଲ ହେବ । ଏହି ଅବସରରେ ଯୁବ ଗଷ୍ଟି ଓ ଚାଷୀ ମାନେ ଗ୍ରାମ କୁ ସ୍ଵାଗତ କରିଥିଲେ ଓ ଗ୍ରାମ ର ରହିଥିବା ସମସ୍ତ ସମସ୍ୟା ବିଷୟରେ ବିଧାୟକ ଙ୍କୁ ଅବଗତ କରିଥିଲେ , ମୁଖ୍ୟତଃ ଚଳିତ ସପ୍ତାହରେ ବର୍ଷା ହୋଇ କୁଆ ପଥର ମାଡ ରେ କାଜୁ, ଆମ୍ବ ବିଭିନ୍ନ ଚାଷ ଜମି ରେ ହେଉଥିବା ପରିବା ମଧ୍ୟ ନଷ୍ଟ ହୋଇଥିବା ଦେଖିଥିଲେ ବିଧାୟକ, ତୁରନ୍ତ ଏହି ସବୁ ସମସ୍ୟା ବିଷୟ ବିଭାଗୀୟ ମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନ କୁ ଅବଗତ କରିବେ ବୋଲି ବିଧାୟକ ଜନାଇଚନ୍ତି , ଅନ୍ୟ ପକ୍ଷରେ ଏଠି ଆଦିବାସୀ ଯୁବକ ଅଧିକା ରୁହନ୍ତି ଖେଳ ପ୍ରତି ସେମାନଙ୍କ ରୁଚି ଅଧିକା ରହିଛି ତେଣୁ ଏଠାରେ ଏକ ଖେଳାଳି ମାନଙ୍କ ପାଇଁ ଏକ ହଷ୍ଟେଲ ପାଇଁ ଦାବି ରଖିଲେ ସମିତି ସଭ୍ୟ ନିର ଭୁଁୟା , ଏହି କାର୍ଯ୍ୟକ୍ରମ ରେ ବିଧାୟକ ସମେତ ଜିଲ୍ଲା ପରିଷଦ ଏସ ବାଲାରାଜୁ, ସମିତି ସଭ୍ୟ ଉତ୍ସବ ଶବର ପ୍ରମୁଖ ଉପସ୍ଥିତ ଥିଲେ ।
