ହାଇୱ। ଗାଡ଼ି ଧକ୍କାରେ ଦୁଇ ଶଗଡ଼ିଆ ଙ୍କ ମୃତ୍ୟୁ।

ହାଇୱ। ଗାଡ଼ି ଧକ୍କାରେ ଦୁଇ ଶଗଡ଼ିଆ ଙ୍କ ମୃତ୍ୟୁ।

ହାଇୱ। ଗାଡ଼ି ଧକ୍କାରେ ଦୁଇ ଶଗଡ଼ିଆ ଙ୍କ ମୃତ୍ୟୁ।

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର)ପାଟପୁର ଥାନା ଅନ୍ତର୍ଗତ ପାଇକ ଜଗନ୍ନାଥ ପୁର ଗ୍ରାମ ନିକଟରେ ଗୋଟିଏ ବାଲି ବୋଝେଇ ହାଇୱେ। ଟ୍ରକ୍ ଧକ୍କାରେ ଦୁଇ ଶଗଡ଼ିଆ ନାଥ ଯେନା ଓ ବିଜୟ ଗୌଡ ଙ୍କ ମୃତ୍ୟୁ ଘଟିଛି। ଉଭୟଙ୍କ ଘର ନିକଟସ୍ଥ ପ୍ରତାପ ଗିରି ଓ ଉଭୟେ ରତନେଇ ଜଙ୍ଗଲ ରୁ ବାଉଁଶ ସଂଗ୍ରହ କରି ଗାଁ କୁ ଫେରୁଥିବା ବେଳେ ଏହି ଭଳି ଦୁର୍ଘଟଣା ର ସମ୍ମୁଖୀନ ହୋଇ ଛଟପଟ ହେଉଥିଲା ବେଳେ ଗ୍ରାମବାସୀ ଉଭୟଙ୍କୁ ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ନାଥ ମୃତ୍ୟୁବରଣ କରିଥିଲାବେଳେ ଗୁରୁତର ଅବସ୍ଥାରେ ବିଜୟଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଚିକିତ୍ସା ସମୟରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏତଦବ୍ୟତୀତ ଶଗଡ ଟାଣୁଥିବା ଦୁଇଟି ପୋଢ ମଧ୍ୟରୁ ଗୋଟିଏ ପ୍ରାଣ ହରାଇଥିବା ଜଣାପଡିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଟ୍ରକ୍ ଓ ଶଗଡ଼ କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟ ପକ୍ଷରେ ଦୁଇ ବନ୍ଧୁ ଙ୍କ ମୃତ୍ୟୁ ଘଟଣା ରେ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।