କାଶୀନଗର ଶ୍ରୀରାମ କଲେଜ ଏନ୍‌ସିସି କ୍ୟାଡ଼େଟ୍ ସମ୍ମାନୀତ ।

କାଶୀନଗର ଶ୍ରୀରାମ କଲେଜ ଏନ୍‌ସିସି କ୍ୟାଡ଼େଟ୍ ସମ୍ମାନୀତ ।
Spread the love

କାଶୀନଗର ଶ୍ରୀରାମ କଲେଜ ଏନ୍‌ସିସି କ୍ୟାଡ଼େଟ୍ ସମ୍ମାନୀତ ।

ଗଜପତି , ୨୧/୯:(ମନୋଜ କୁମାର ପାଢୀ) ଗଜପତି ଜିଲ୍ଲାର କାଶୀନଗର ଠାରେ ଥିବା ଶ୍ରୀରାମ ସ୍ନାତକ ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗର ଛାତ୍ରୀ ବୁରା ହେମା ଦିଲ୍ଲୀ ଠାରେ ଚାଲିଥିବା ଆଭା ଏନ୍‌ସିସି କ୍ୟାମ୍ପରେ ଗଜପତି ଜିଲ୍ଲା ତରଫରୁ ଅଂଶଗ୍ରହଣ କରିଥିଲେ. ସେଠାରେ ସେ ପ୍ରଶିକ୍ଷଣର ୭ ଗୋଟି ବିଭାଗ ଯେପରି ବନ୍ଧୁକଚାଳନା, ପ୍ରତିରୋଧ କୌଶଳ ସହ ଶତ୍ରୁପକ୍ଷର ମାନଚିତ୍ର ଚିହ୍ନଟ ପ୍ରକ୍ରିୟା ବିଷୟରେ କୃତିତ୍ଵର ସହ ତାଲିମ ନେଇ ପ୍ରଶଂସାର ପାତ୍ରୀ ହୋଇପାରିଛନ୍ତି।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ପ୍ରଶାନ୍ତ ବାନାପାଲି, ଏନ୍‌ସିସି ଅଫିସର ଓ ସମସ୍ତ କର୍ମଚାରୀ ଓ ବାପା ବୁରା ରାମକ୍ରିଷ୍ଣାଙ୍କ ଉପସ୍ଥିତିରେ ମହାବିଦ୍ୟାଳୟରେ ସମ୍ମାନୀତ କରାଯାଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।