ଗଞ୍ଜାମ ଜିଲ୍ଲା ସାନବରଗାଁରେ ଜୋନାଲସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ୨୨ ବିଦ୍ୟାଳୟର ୧୯୦ ପ୍ରତିଯୋଗୀଙ୍କ ଅଂଶଗ୍ରହଣ

ଗଞ୍ଜାମ ଜିଲ୍ଲା ସାନବରଗାଁରେ ଜୋନାଲସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ୨୨ ବିଦ୍ୟାଳୟର ୧୯୦ ପ୍ରତିଯୋଗୀଙ୍କ ଅଂଶଗ୍ରହଣ

ଗଞ୍ଜାମ ଜିଲ୍ଲା ସାନବରଗାଁରେ ଜୋନାଲସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ
୨୨ ବିଦ୍ୟାଳୟର ୧୯୦ ପ୍ରତିଯୋଗୀଙ୍କ ଅଂଶଗ୍ରହଣ
ପୋଲସରା,୪/୯/୨୬: ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଭାର ବିକାଶ ସହ ଶୃଙ୍ଖଳା, ଏକତା ଓ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି ଲକ୍ଷ୍ୟରେ ମନ୍ଦାରରେ ଜୋନାଲସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି। ପୋଲସରା ବ୍ଲକ୍‌ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ସାନବରଗାଁ ସ୍ଥିତ ଲିଙ୍ଗରାଜ ହାଇସ୍କୁଲ ପରିସରରେ ଏହି କ୍ରୀଡ଼ା ଉତ୍ସବ ଆୟୋଜିତ ହୋଇଥିଲା।ବିଦ୍ୟାଳୟର ପ୍ରଧାନଶିକ୍ଷକ ଡକ୍ଟର ସାହୁଙ୍କ ସଭାପତିତ୍ୱରେ ଉଦ୍‌ଘାଟନୀ ସଭା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ସମ୍ପାଦକ ଦଣ୍ଡପାଣି ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ାର ଗୁରୁତ୍ୱ ଓ ଛାତ୍ରଜୀବନରେ ଏହାର ଭୂମିକା ଉପରେ ମତ ରଖିଥିଲେ ।ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ମାମା ସାହୁ , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦେବରାଜ ସେଠି, ବ୍ଲକ୍ କ୍ରୀଡ଼ା ସମ୍ପାଦକ ଜ୍ଞାନରଞ୍ଜନ ଜାଲି, ପ୍ରଭାକର ସାହୁ, ଅଭିମନ୍ୟୁ ପ୍ରଧାନ, ଲଳିତ ମୋହନ ଙ୍କ ସମେତ ୨୨ ଟି ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଯୋଗଦେଇଥିଲେ। ସାନବରଗାଁ ଜୋନ୍‌ ଅଧୀନରେ ଥିବା ୨୨ଟି ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ପ୍ରାୟ ୧୯୦ ଜଣ ଛାତ୍ରଛାତ୍ରୀ ଏହି କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଥିଲେ। ବିଭିନ୍ନ ବର୍ଗରେ ଛାତ୍ରଛାତ୍ରୀଙ୍କୁ ନେଇ ଏକାଧିକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବିଦ୍ୟାଳୟର ଏନ୍‌ସିସି, ସ୍କାଉଟ୍‌ ଓ ରେଡ୍‌କ୍ରସ୍‌ର ଛାତ୍ରଛାତ୍ରୀମାନେ ପ୍ରତିଯୋଗୀଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇବା ସହ କ୍ରୀଡ଼ା ପରିଚାଳନାରେ ସହଯୋଗ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ