ପବିତ୍ର ନୂଆଁଖାଇ ଅବସରରେ କେନ୍ଦୁ ଗୁଡିଆ ଓ ବରଗଡ଼ ବି.ପି.ଜେ.ପି ଠାରେ ରକ୍ତ ଦାନ ଶିବିର #୬୬ୟୁନିଟ ରକ୍ତ ସଂଗୃହୀତ…..
ବରଗଡ ୧୬,୯(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ କେନ୍ଦୁ ଗୁଡିଆ ଗ୍ରାମ ର କଲ୍ୟାଣ ମଣ୍ଡପ ଠାରେ ପଶ୍ଚିମ ଓଡ଼ିଶା ମହାନ୍ ଗଣ ପର୍ବ ନୁଆଁଖାଇ ଅବସର ରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ବରେଣ୍ୟ ଅତିଥି ଭାବରେ ଶିକ୍ଷକ ନିମାଇଁ ଚରଣ ପତି,ଖଦଡ଼ ଭୁଏ,ବନମାଳୀ ପଟେଲ, ମୁରଲୀ ଧର ବାଗ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶିବିର ର ଶୁଭ ଉଦ୍ଘାଟନ କରିଥିଲେ। ଉପରୋକ୍ତ ଶିବିର ରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ #୫୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଗାଁ ର ଯୁବକ ମାନେ ଓ ମହିଳା ମାନେ ଅତ୍ୟନ୍ତ ଉତ୍ସାହ ର ସହିତ ରକ୍ତ ଦାନ ଶିବିର ଆୟୋଜନ କରିଥିଲେ। ଶିବିର କୁ ଲକେଶ ସାହୁ ,ଗୋପୀନାଥ ବାଗ ,ରାଜେଶ ସେଟ,ଉମା ବର୍ଗେ,ଅବଧୂତ ଭୁଏ ,ଲଳିତ ସେଟ ,କେନ୍ଦୁ ଗୁଡ଼ିଆ ଗ୍ରାମବାସୀ ଓ ନିଷ୍ଠା ପରିବାର ର ସଦସ୍ୟ ମାନେ ସୁପରିଚାଳନା କରିଥିଲେ। ପରିସେଶ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ କେନ୍ଦୁ ଗୁଡ଼ିଆ ଗ୍ରାମବାସୀ ଙ୍କୁ ଏକ ସ୍ମୃତି ଫଳକ ଦେଈ ସମ୍ବର୍ଦ୍ଧିତ କରାଯାଇଥିଲା। ଠିକ୍ ସେହିପରି ବି ପି ଜେ ପି ଆପର୍ଟମେଣ୍ଟ ବରଗଡ଼ ଠାରେ ପବିତ୍ର ଗଣେଶ ପୂଜା ଅବସରରେ ବାଲ ଗଣେଶ ପୂଜା କମିଟି ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ସୁଧାରାଣୀ ଗୁରୂ, ଜୟକୃଷ୍ଣ ଗୁରୁ ସୂର୍ଯ୍ୟନାରାୟଣ ତ୍ରିପାଠୀ ବରେଣ୍ୟ ଅତିଥି ଭାବରେ ଯୋଗ ଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ। ଶିବିର ରୁ ସର୍ବମୋଟ ୧୫ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ଉଭୟ ଶିବିର ରୁ ୬୬ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ସମସ୍ତ ରକ୍ତ ଦାତା, ସହଯୋଗୀ,ଶୁଭେଚ୍ଛୁ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।
