ରାମଲିଙ୍ଗେଶ୍ୱର ମନ୍ଦିର ନିକଟରେ ଥିବା ଅଣ ଓସାରିଆ ପୋଲକୁ ନେଇ ଜନ ଅସନ୍ତୋଷ।

ରାମଲିଙ୍ଗେଶ୍ୱର ମନ୍ଦିର ନିକଟରେ ଥିବା ଅଣ ଓସାରିଆ ପୋଲକୁ ନେଇ ଜନ ଅସନ୍ତୋଷ।

*ରାମଲିଙ୍ଗେଶ୍ୱର ମନ୍ଦିର ନିକଟରେ ଥିବା ଅଣ ଓସାରିଆ ପୋଲକୁ ନେଇ ଜନ ଅସନ୍ତୋଷ।

ଗଜପତି,୧୬.୯(ମନୋଜ ପାଢ଼ୀ) :-ପାରଳାଖେମୁଣ୍ଡି ସହର ସନ୍ନିକଟ ନୂଆ କେରାଣ୍ଡି ଗ୍ରାମ ନିକଟରେ ଅବସ୍ଥିତ ରାମଲିଙ୍ଗେଶ୍ୱର ମନ୍ଦିର ସମ୍ମୁଖରେ ଥିବା ଅଣ ଓସାରିଆ ପୋଲ ପାର୍ଶ୍ଵରେ ପ୍ରାୟ ୧୦ ଫୁଟ ଗଭୀର ଗର୍ତ୍ତ ସୃଷ୍ଟି ହୋଇଥିବା ଯୋଗୁଁ ସେହି ରାସ୍ତାରେ ଯାତାୟାତ ବିପଦପୂର୍ଣ୍ଣ ହୋଇ ପଡ଼ିଛି। ସେହି ସ୍ଥାନରେ ଅନାବନା ଗଛ ଓ ବୁଦାଥିବାରୁ ବିଶେଷକରି ରାତିରେ ଆଲୋକ ଅଭାବରୁ ଗାଡ଼ି ଚାଳକ ମାନେ ଦୁର୍ଘଟଣାର ଶିକାର ‌ହେବାର ଆଶଙ୍କା ରହିଛି।ଗ୍ରାମବାସୀଙ୍କ ଅଭିଯୋଗ ପାଇ ପାରଳାଖେମୁଣ୍ଡି ବିଧାୟକ ରୁପେଶ କୁମାର ପାଣିଗ୍ରାହୀ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଅଭିଷେକ ସେଠୀଙ୍କ ସହ ଯୋଗାଯୋଗ କରି ନୂତନ ପୋଲ ଓ ସୁରକ୍ଷା ପ୍ରାଚୀର ନିର୍ମାଣ ପାଇଁ ଜଣାଇଥିଲେ।ଏହି ପୋଲର ମରାମତି, ଜଳ ନିଷ୍କାସନ ବ୍ୟବସ୍ଥା ସହ ଆଲୋକୀକରଣ ପାଇଁ ଗ୍ରାମବାସୀ ଦାବି ଜଣାଇଥିଲେ।ବିଧାୟକଙ୍କର ଏହି ଗସ୍ତ ସମୟରେ ଜିଲ୍ଲା ପରିଷଦ ସଦସ୍ୟ ଏସ୍‌. ବାଲାରାଜୁ, ସରପଞ୍ଚ ୱାଇ. ଦଣ୍ଡପାଣି, ୱାର୍ଡ ମେମ୍ବର ସନିଆ ପଲେଇ, ପୂର୍ବତନ ସମିତି ସଭ୍ୟ ଦିବାକର ରାଓ, ବ୍ରହ୍ମାନନ୍ଦ ପଣ୍ଡାଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।