*ବାତ୍ୟା ‘ଅକ୍ୱାନ’ ମୁକାବିଲା ପାଇଁ ମୋହନାରେ ପ୍ରଶାସନ ସଜାଗ* ।

*ବାତ୍ୟା ‘ଅକ୍ୱାନ’ ମୁକାବିଲା ପାଇଁ ମୋହନାରେ ପ୍ରଶାସନ ସଜାଗ* ।

*ବାତ୍ୟା ‘ଅକ୍ୱାନ’ ମୁକାବିଲା ପାଇଁ ମୋହନାରେ ପ୍ରଶାସନ ସଜାଗ* ।

ଗଜପତି (ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ ଓ ଏହାର ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାର ମୋହନା ବ୍ଲକ ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତା ଓ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜୀବ ଦାସ ବିଭିନ୍ନ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସେଠାରେ ଆଶ୍ରୟ ନେଇଥିବା ଲୋକଙ୍କ ସହିତ ଆଲୋଚନା କରିଥିଲେ।ପରିଦର୍ଶନ ସମୟରେ ବିଡିଓ ଆଶ୍ରୟସ୍ଥଳୀରେ ରହୁଥିବା ଲୋକମାନଙ୍କ ସ୍ୱାସ୍ଥ୍ୟାବସ୍ଥା, ଖାଦ୍ୟପେୟ, ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।

ଏଥିସହ ସେମାନଙ୍କ ଆବଶ୍ୟକତା ଓ ସମସ୍ୟା ଶୁଣିବା ସହ ଆଶ୍ରୟସ୍ଥଳୀରେ ଯେପରି କୌଣସି ଅସୁବିଧା ନହୁଏ, ସେଥିପ୍ରତି ଗୁରୁତ୍ୱ ଦେଇଥିଲେ।ଅନ୍ୟପକ୍ଷରେ ଆଶ୍ରୟସ୍ଥଳୀରେ ରହୁଥିବା ସମସ୍ତ ସ୍ଥାନାନ୍ତରିତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସୁନିଶ୍ଚିତ କରିବା ପାଇଁ ମେଡିକାଲ୍ ରାପିଡ୍ ରେସପନ୍ସ ଟିମ୍‌କୁ ଆଶ୍ରୟସ୍ଥଳୀ ପରିଦର୍ଶନ କରି ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ବିଡିଓ ନିର୍ଦ୍ଦେଶ ଦେଇଥିଲେ।ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷା ଜନିତ ଜରୁରୀ ପରିସ୍ଥିତିରେ ଜନସାଧାରଣଙ୍କ ଜୀବନ, ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ମୋହନା ବ୍ଲକ ପ୍ରଶାସନ ପକ୍ଷରୁ ନିରନ୍ତର ତଦାରଖ ଓ ଆବଶ୍ୟକୀୟ ବ୍ୟବସ୍ଥା କରାଯାଉଛି।