ବାଲ୍ୟ ବିବାହ ମୁକ୍ତ ରାୟଗଡ଼ ଜିଲ୍ଲା ଗଠନ ନିମନ୍ତେ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲ୍ୟ ବିବାହ ମୁକ୍ତ ରାୟଗଡ଼ ଜିଲ୍ଲା ଗଠନ ନିମନ୍ତେ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲ୍ୟ ବିବାହ ମୁକ୍ତ ରାୟଗଡ଼ ଜିଲ୍ଲା ଗଠନ ନିମନ୍ତେ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡ଼ ( info media)ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ “ବାଲ୍ୟ ବିବାହ ମୁକ୍ତ ରାୟଗଡ଼ ଜିଲ୍ଲା ଗଠନ” ଉଦ୍ଦେଶ୍ୟରେ ଏକ ଅଭିମୁଖୀକରଣ କାର୍ଯ୍ୟକ୍ରମ ଶ୍ରୀ ନବୀନ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ, ରାୟଗଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ କ୍ଷୀରୋଦିତନାୟ ସାହୁ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ରାୟଗଡ଼; ଡା. କିଶୋର କୁମାର ବରେଇ, ଅତିରିକ୍ତ ନିର୍ଦ୍ଦେଶକ (ପରିବାର କଲ୍ୟାଣ); ଶ୍ରୀମତୀ ମିନତୀ ଦେଓ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ; ଶ୍ରୀ ଶ୍ରୀନିବାସ ଆଚାରୀ, ପୁଲିସ ଉପଅଧିକ୍ଷକ; ଏବଂ ଶ୍ରୀ ଘଷିରାମ ପଣ୍ଡା, ୟୁନିସେଫ ପରାମର୍ଶଦାତା ପ୍ରମୁଖ ମଞ୍ଚାସୀନ ଥିଲେ।କାର୍ଯ୍ୟକ୍ରମରେ ଶ୍ରୀ ଧନଞ୍ଜୟ ବେହେରା, ଅତିରିକ୍ତ ସୂଚନା ଅଧିକାରୀ; ଶ୍ରୀମତୀ ମିନତୀ ପାତ୍ର, ଜିଲ୍ଲା ସଂଯୋଜକ, ୟୁନିସେଫଙ୍କ ସମେତ ମହିଳା ଓ ଶିଶୁ ବିକାଶ ବିଭାଗ, ଶିକ୍ଷା ବିଭାଗ, ଜିଲ୍ଲା ମଙ୍ଗଳ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଶ୍ରମ ବିଭାଗ, ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି, କୌଶଳ ବିକାଶ ଓ ନିଯୁକ୍ତି ବିଭାଗ, ପଞ୍ଚାୟତିରାଜ ବିଭାଗ, ଜିଲ୍ଲା ସଙ୍କଳ୍ପ ହବ୍, ୱାନ୍ ଷ୍ଟପ୍ ସେଣ୍ଟର, ଶକ୍ତି ସଦନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ସୁରକ୍ଷା ଅଧିକାରୀ, ଶକ୍ତି ଅନୁଷ୍ଠାନ, ଆଭା ଅନୁଷ୍ଠାନ, ପିସିଆଇ ଅନୁଷ୍ଠାନ ସମେତ ବିଭିନ୍ନ ବିଭାଗ ଓ ଅନୁଷ୍ଠାନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।ନିଜ ଅଭିଭାଷଣରେ ଶ୍ରୀ ନବୀନ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ, ରାୟଗଡ଼ କହିଥିଲେ ଯେ, “ବାଲ୍ୟ ବିବାହ ମୁକ୍ତ ରାୟଗଡ଼ ଜିଲ୍ଲା” ଗଠନ କେବଳ ଗୋଟିଏ ବିଭାଗର ଦାୟିତ୍ୱ ନୁହେଁ। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସମସ୍ତ ସରକାରୀ ବିଭାଗ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ସମାଜର ସମସ୍ତ ବର୍ଗର ସମନ୍ୱିତ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ ଅପରିହାର୍ଯ୍ୟ। ସମସ୍ତ ବିଭାଗର ସହାୟତା ଓ ମିଳିତ ପ୍ରୟାସ ବିନା ଏହି ସ୍ୱପ୍ନକୁ ସାକାର କରିବା ସମ୍ଭବ ନୁହେଁ ବୋଲି ସେ ମତ ପ୍ରକାଶ କରିଥିଲେ।ଜିଲ୍ଲା ପ୍ରଶାସନ ଓ ୟୁନିସେଫର ମିଳିତ ଉଦ୍ୟମରେ ଆୟୋଜିତ ଏହି ଅଭିମୁଖୀକରଣ କାର୍ଯ୍ୟକ୍ରମରେ ୟୁନିସେଫ ପରାମର୍ଶଦାତା ଶ୍ରୀ ଘଷିରାମ ପଣ୍ଡା ବାଲ୍ୟ ବିବାହ ମୁକ୍ତ ରାୟଗଡ଼ ଜିଲ୍ଲା ଗଠନ ପାଇଁ କିପରି ସମନ୍ୱିତ ପ୍ରୟାସ କରାଯାଇପାରିବ, ସେ ସମ୍ପର୍କରେ ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀଙ୍କଠାରୁ ମତାମତ ଓ ପରାମର୍ଶ ସଂଗ୍ରହ କରିଥିଲେ। ନିଜ ଅଭିଭାଷଣରେ ଶ୍ରୀମତୀ ମିନତୀ ଦେଓ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ବାଲ୍ୟ ବିବାହ ମୁକ୍ତ ରାୟଗଡ଼ ଜିଲ୍ଲା ଗଠନ ଦିଗରେ ସମସ୍ତ ସରକାରୀ ବିଭାଗ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ସମାଜର ସମସ୍ତ ବର୍ଗର ସକ୍ରିୟ ସହଯୋଗ କାମନା କରିଥିଲେ। ସେ କହିଥିଲେ ଯେ, ସମସ୍ତଙ୍କର ସମନ୍ୱିତ ପ୍ରୟାସ ମାଧ୍ୟମରେ ବାଲ୍ୟ ବିବାହମୁକ୍ତ ରାୟଗଡ଼ ଗଠନର ଲକ୍ଷ୍ୟ ସଫଳ ହୋଇପାରିବ। କାର୍ଯ୍ୟକ୍ରମକୁ ଜିଲ୍ଲା ସଙ୍କଳ୍ପ ହବ୍‌ର ଜିଲ୍ଲା ସଂଯୋଜକ ଶ୍ରୀ ଦିବାକର ପରିଛା ସଫଳତାର ସହ ସଞ୍ଚାଳନ କରିଥିଲେ।ଶେଷରେ ଶ୍ରୀମତୀ ପ୍ରତିମା ରାଣୀ ଦାସ ଉପସ୍ଥିତ ସମସ୍ତ ଅତିଥି, ବକ୍ତା ଓ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମର ସମାପନ ଘୋଷଣା କରିଥିଲେ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ