ଗଞ୍ଜାମ ଜିଲ୍ଲା ନିରଞ୍ଜନ ପାଢ଼ୀଙ୍କ ପରିବାରକୁ ରେଡକ୍ରସ ପକ୍ଷରୁ ସହାୟତାଗଞ୍ଜାମ ଜିଲ୍ଲାନିରଞ୍ଜନ ପାଢ଼ୀଙ୍କ ପରିବାରକୁ ରେଡକ୍ରସ ପକ୍ଷରୁ ଆର୍ଥିକ ସହାୟତାଦୁର୍ଘଟଣାରେ ମୃତ ମେଧାବୀ ଛାତ୍ରଙ୍କ ପରିବାରକୁ ୨୦ ହଜାର ଟଙ୍କା ସହାୟତାଗଞ୍ଜାମ: ଗତ ମେ’ ୨୭ ତାରିଖରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ସାରୁ ଗ୍ରାମରେ ଘଟିଥିବା ଏକ ଦୁର୍ଘଟଣାରେ ମେଧାବୀ ଛାତ୍ର ନିରଞ୍ଜନ ପାଢ଼ୀଙ୍କ ମୃତ୍ୟୁ ଘଟିଥିଲା।ଏହି ଦୁଃଖଦ ଘଟଣା ପରେ ନିରଞ୍ଜନଙ୍କ ପରିବାରକୁ ସହଯୋଗର ହାତ ବଢ଼ାଇଛି ଜିଲ୍ଲା ପ୍ରଶାସନ। ଗଞ୍ଜାମ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ବସନ୍ତ କୁମାର ସାହୁଙ୍କ ସହଯୋଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡକ୍ରସ ତରଫରୁ ନିରଞ୍ଜନ ପାଢ଼ୀଙ୍କ ପରିବାରକୁ ୨୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।ଏହି ଆର୍ଥିକ ସହାୟତା ଦୁଃଖରେ ଥିବା ପରିବାରକୁ କିଛିଟା ଆଶ୍ୱାସନ ଦେଇଛି।ଗଣେଶ ପାଣିଗ୍ରାହୀରିପୋର୍ଟ
ଗଞ୍ଜାମ ଜିଲ୍ଲା ନିରଞ୍ଜନ ପାଢ଼ୀଙ୍କ ପରିବାରକୁ ରେଡକ୍ରସ ପକ୍ଷରୁ ସହାୟତା
