ମାଁ ମଝିଘରିଆଣୀ ମନ୍ଦିର ନିକଟରୁ ହଟିଲା ବେଆଇନ ଜବରଦଖଲ: ଭଙ୍ଗାଗଲା ୩୩ଟି ଘର
ରାୟଗଡ ( info media) ରାୟଗଡ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣୀ ମନ୍ଦିର ନିକଟରୁ ଆଜି ବେଆଇନ ଜବରଦଖଲ ଉଚ୍ଛେଦ କରାଯାଇଛି। ସ୍ଥାନୀୟ ପ୍ରଶାସନ ଓ ପୋଲିସ ବାହିନୀର ମିଳିତ ସହଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ମନ୍ଦିର ନିକଟରେ ଅନଧିକାର ଭାବେ ଗଢ଼ି ଉଠିଥିବା ୩୩ଟି ବେଆଇନ ଘରକୁ ତହସିଲ ଏବଂ ପୋଲିସ ପ୍ରଶାସନର ଉପସ୍ଥିତିରେ ଭାଙ୍ଗି ଦିଆଯାଇଛି।ଯୋଦ୍ୱାର ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ବଡ଼ ଏହା ଏକ ବଡ଼ ପଦକ୍ଷେପ l ଏହି ସ୍ଥାନଟି ପୂର୍ବରୁ ରେଳବାଇ ଅଧୀନରେ ଥିଲା। କିନ୍ତୁ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପାଇଁ ରେଳବାଇ ପକ୍ଷରୁ ଏହାକୁ ରାଜସ୍ୱ ବିଭାଗକୁ ହସ୍ତାନ୍ତର କରାଯାଇଥିଲା।୩ ମାସ ପୂର୍ବରୁ ମିଳିଥିଲା ନୋଟିସ ଜାରିକରାଯାଇଥିଲା ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିଥିବାରୁ ଜବରଦଖଲକାରୀଙ୍କୁ ୩ ମାସ ପୂର୍ବରୁ ସେହି ସ୍ଥାନ ଖାଲି କରିବା ପାଇଁ ନୋଟିସ ଦିଆଯାଇଥିଲା।୩୦ କୋଟିର ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରାୟ ୩୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି, ଯାହାର ନିର୍ମାଣ କାର୍ଯ୍ୟ ପୂର୍ତ୍ତ ବିଭାଗ ଦ୍ୱାରା ଚାଲୁ ରହିଛି। ଆଜିର ଏହି ଜବରଦଖଲ ଉଚ୍ଛେଦ ସମୟରେ ତହସିଲଦାର ପ୍ରିୟଦର୍ଶନୀ ସ୍ୱାଇଁ, ଆଇଆଇସି ପ୍ରସନ୍ନ କୁମାର ବେହେରା ଏବଂ ମନ୍ଦିର ଯନ୍ତ୍ରୀ ଏସ. ଭେଙ୍କଟ ରାଓ ପ୍ରମୁଖ ଉପସ୍ଥିତ ଥିଲେ। ଆଇନ ଶୃଙ୍ଖଳା ରକ୍ଷା ପାଇଁ ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।ଜବରଦଖଲ ହଟିବା ପରେ ଏବେ ମନ୍ଦିରର ଉନ୍ନୟନ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼ିବ ବୋଲି ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ରାଇସିଂ ବିଡିକା ସୂଚନା ଦେଇଛନ୍ତି।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
