ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ ଓ ବିଶ୍ବ ହିନ୍ଦୁ ପରିଷଦ ପ୍ରତିଷ୍ଠା ଦିବସ ପାଳନ ଅନୁଷ୍ଠିତ ହୋଇଯାଇଛି।

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ ଓ ବିଶ୍ବ ହିନ୍ଦୁ ପରିଷଦ ପ୍ରତିଷ୍ଠା ଦିବସ ପାଳନ ଅନୁଷ୍ଠିତ ହୋଇଯାଇଛି।

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ ଓ ବିଶ୍ବ ହିନ୍ଦୁ ପରିଷଦ ପ୍ରତିଷ୍ଠା ଦିବସ ପାଳନ ଅନୁଷ୍ଠିତ ହୋଇଯାଇଛି।
ବରଗଡ ୪,୯ (ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ “ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ” ଓ “ବିଶ୍ବ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ” ପ୍ରଧାନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ ହୋଇଯାଇଛି।ଏ ଅବସରରେ ମାନନୀୟ ଶ୍ରୀଯୁକ୍ତ ଧର୍ମରାଜ ପ୍ରଧାନ(ଅତାବିରା ପ୍ରଖଣ୍ଡ ବିଶ୍ଵ ହିନ୍ଦୁ ପରିଷଦର ଉପସଭାପତି ,ଅବସର ପ୍ରାପ୍ତ ଗଣିତ ଶିକ୍ଷକ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ)ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କର ଶୁଭ କାମନା କରି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନର ଉଦ୍ଦେଶ୍ୟ ଜ୍ଞାପନ ଓ ବିଶ୍ବ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ।ପରିଚାଳନା ସମିତିର ଯୁଗ୍ମ ସଂପାଦକ ଶ୍ରୀଯୁକ୍ତ କ୍ଷୀରସାଗର ବେହେରା,ଶ୍ରୀଯୁକ୍ତ ସକ୍ରାଜିତ ମେହେର (ସମାଜ ସେବୀ),ଶ୍ରୀଯୁକ୍ତ ଭୋଲାନାଥ ମେହେର(ବିଶ୍ବ ହିନ୍ଦୁ ପରିଷଦର ପୂର୍ବତନ କାର୍ଯ୍ୟକର୍ତ୍ତା) ଓ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ତରିଆ (ବିଶ୍ବ ହିନ୍ଦୁ ପରିଷଦର ଅତାବିରା ପ୍ରଖଣ୍ଡର ସଂପାଦକ ) ମଞ୍ଚାସୀନ ଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ସ୍ବାଗତ ଭାଷଣ ତଥା ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ।ଶ୍ରୀଯୁକ୍ତ କାଳିଚରଣ ହୋତା ଭଗବାନ ଶ୍ରୀକୃଷ୍ଣଙ୍କର ପୂଜା ଅର୍ଚ୍ଚନା କରିଥିଲେ।ଗୁରୁଜୀ ଗୁରୁମା ରାଧା କୃଷ୍ଣ ବେଶରେ ସଜ୍ଜିତ ହୋଇଥିବା ଶିଶୁ ଭାଇ ଭଉଣୀ ମାନଙ୍କୁ ନେଇ ଗ୍ରାମ ପରିକ୍ରମା କରିଥିଲେ। ଗ୍ରାମବାସୀଏ। ଗ୍ରାମ ପରିକ୍ରମା ସମୟରେ ଗ୍ରାମର ବିଭିନ୍ନ ସ୍ଥାନରେ ଭଗବାନ ଶ୍ରୀକୃଷ୍ଣଙ୍କର ପୂଜାର୍ଚ୍ଚନା କରିଥିଲେ।ଗ୍ରାମ ପରିକ୍ରମା ପରେ ଦଧିହାଣ୍ଡି ଭଙ୍ଗା ଯାଇଥିଲା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ପରିଶେଷରେ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ତରିଆ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମକୁ ସମସ୍ତ ଗୁରୁମା ,ଗୁରୁଜୀ,ସେବିକାଓ ଅଭିଭାବକ ମାନେ ସାହାଯ୍ୟ କରିଥିଲେ।