କୋରାପୁଟ ପୋଲିସର ବଡ଼ ସଫଳତା: ଜଗଦଲପୁରରୁ ଧରାପଡ଼ିଲା କୁଖ୍ୟାତ ଡକାୟତ ଟୁନା ହରିଜନ
କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଡକାୟତି ଓ ମନ୍ଦିର ଲୁଟ୍ ଭଳି ଅପରାଧିକ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ କୁଖ୍ୟାତ ଡକାୟତ ଟୁନା ହରିଜନକୁ ପୋଲିସ ଗିରଫ କରିଛି।ସୂଚନା ଅନୁସାରେ, ବୋରିଗୁମ୍ମା ଅଞ୍ଚଳରୁ ଛତିଶଗଡ଼କୁ ଖସିଯାଇଥିବା ଟୁନାକୁ ଜଗଦଲପୁରରେ ପୋଲିସ କାବୁ କରିଥିବା ଜଣାପଡ଼ିଛି।କିଛି ଦିନ ପୂର୍ବରୁ ପୋଲିସ କର୍ମଚାରୀଙ୍କ ଗାଡ଼ି ଉପରେ ଆକ୍ରମଣ କରି ସେ ଫେରାର ହୋଇଯାଇଥିବା ଅଭିଯୋଗ ରହିଥିଲା। ଏହାପରେ ତାକୁ ଧରିବା ପାଇଁ କୋରାପୁଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଭାବେ ଜାଲ ବିଛାଯାଇଥିଲା।ଗିରଫ ପରେ ଟୁନାର ଅପରାଧିକ ରେକର୍ଡ ଓ ବିଭିନ୍ନ ଡକାୟତି ଘଟଣାରେ ତାର ସମ୍ପୃକ୍ତି ନେଇ ପୋଲିସ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି।
