ଗଞ୍ଜାମ ଜିଲ୍ଲା ସୋରଡ଼ା: ବାଇକ ଧକ୍କାରେ ବୃଦ୍ଧ ଚାଷୀଙ୍କ ମୃତ୍ୟୁ

ଗଞ୍ଜାମ ଜିଲ୍ଲା ସୋରଡ଼ା: ବାଇକ ଧକ୍କାରେ ବୃଦ୍ଧ ଚାଷୀଙ୍କ ମୃତ୍ୟୁ

ଗଞ୍ଜାମ ଜିଲ୍ଲା ସୋରଡ଼ା: ବାଇକ ଧକ୍କାରେ ବୃଦ୍ଧ ଚାଷୀଙ୍କ ମୃତ୍ୟୁ

ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ତତାବଲି ଗ୍ରାମ ନିକଟରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ଜଣେ ବୃଦ୍ଧ ଚାଷୀଙ୍କ ମୃତ୍ୟୁ ଘଟିଛି।ସୂଚନା ଅନୁଯାୟୀ, ଲକ୍ଷ୍ମୀପୁର ଗ୍ରାମର ପ୍ରାୟ ୬୦ ବର୍ଷୀୟ ବନମାଳୀ ଗୌଡ଼ କ୍ଷେତରେ ଚାଷ କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା। ଧକ୍କାରେ ସେ ରାସ୍ତାରେ ପଡ଼ିଯାଇ ମୁଣ୍ଡରେ ଗୁରୁତର ଆଘାତ ପାଇଥିଲେ।ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ କର୍ତ୍ତବ୍ୟରତ ଡାକ୍ତର ବନମାଳୀ ଗୌଡ଼ଙ୍କୁ ମୃତ ଘୋଷଣା କରିଥିଲେ।ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।ରିପୋର୍ଟ: ଗଣେଶ ପାଣିଗ୍ରାହୀ