ପୁଣି ଜଣେ ଯୁବକ କୁ ନିର୍ମମ ହତ୍ୟା।
କବିସୂର୍ଯ୍ୟ ନଗର ଥାନା ବାଲିଛାଇ ଫାଣ୍ଡି ଅନ୍ତର୍ଗତ ମାଲଗୁଡିଆ ଛକରେ ଜଣେ ଯୁବକ ଅଚେତ ଅବସ୍ଥାରେ ପଡ଼ିଥିବା ବେଳେ ପରିବାର ଲୋକେ ତାଙ୍କୁ ଆସ୍କା ଉପଖଣ୍ଡ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବକ ଜଣକ ପୋଲସରା ଥାନା ଅନ୍ତର୍ଗତ ଡୁଙ୍ଗୁରୀ ଗାଁ ର ନାରାୟଣ ପ୍ରଧାନ ଓ ଗତ ଗୁରୁବାର ଦିନ ଅନ୍ୟ ୩ ବନ୍ଧୁଙ୍କ ସହ ଘରୁ ବୁଲିବାକୁ ଯାଇ ଆଉ ଘରକୁ ଫେରିନଥିଲେ। ଗତକାଲି ଖବର ପାଇ ପରିବାର ଲୋକେ ତାଙ୍କୁ ଉକ୍ତ ସ୍ଥାନରୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ଥାନା ଏତଲା ଦେଇଥିଲେ। ନାରାୟଣ ଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ତାଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ପରିବାର ଲୋକଙ୍କ ଅଭିଯୋଗ ଗ୍ରହଣ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
