କର୍କଟ ରୋଗୀଙ୍କୁ ସହାୟତା ବଢ଼େଇଲା ଝଞ୍ଜାବତୀ ମହିଳା ୱାକର୍ସ କ୍ଲବ୍ରା
ରାୟଗଡ:(info media): ରାୟଗଡ ସହରର ନାଗାବଳୀ ନଦୀ ନିକଟସ୍ଥ ଅଶୋକ ନଗର ଅଞ୍ଚଳରେ ରହୁଥିବା କର୍କଟ ରୋଗୀ ବ୍ରଜବନ୍ଧୁ ରାଉତ (୩୨)ଙ୍କ ସହାୟତା ପାଇଁ ଆଗେଇ ଆସିଛି ରାୟଗଡର ଝଞ୍ଜାବତୀ ମହିଳା ୱାକର୍ସ କ୍ଲବ । ମୂଳତଃ କୋରାପୁଟ ଜିଲ୍ଲା ଦାମନଯୋଡି ଥାନା ଅନ୍ତର୍ଗତ ମଥଲପୁଟ କୁରୁମୁଳି ଗ୍ରାମର ବାସିନ୍ଦା ବ୍ରଜବନ୍ଧୁ ବର୍ତ୍ତମାନ ରାୟଗଡ଼ର ଅଶୋକ ନଗରରେ ରହୁଛନ୍ତି।ସେ ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଟ୍ୟୁଟ ଅଫ କ୍ୟାନ୍ସର, କଟକରେ ରକ୍ତ କର୍କଟ ରୋଗରେ ଚିକିତ୍ସାଧୀନ ଅଛନ୍ତି। ଆର୍ଥିକ ଅଭାବ ଯୋଗୁଁ ଚିକିତ୍ସା ଜାରି ରଖୁବା ତାଙ୍କ ପରିବାର ପକ୍ଷରେ କଷ୍ଟକର ହୋଇପଡ଼ିଛି | ତାଙ୍କର ଦୁଇ ଝିଅଅଛନ୍ତି, ଜଣେ ୬ ବର୍ଷର ଓ ଅନ୍ୟଜଣେ ମାତ୍ର ୩ ମାସର ଶିଶୁ | ବ୍ରଜବନ୍ଧୁ ରାୟଗଡ ସହରର ରିଙ୍ଗ ରୋଡ଼ର ଗାୟତ୍ରୀ ନଗର ଛକରେ ଠେଲାରେ ଫଳ ବିକି ନିଜ ପରିବାର ଭରଣ ପୋଷଣ କରୁଥିଲେ | ଗତ ଜାନୁଆରୀ ମାସରେ ସେ ଅଧିକ ଅସୁସ୍ଥତା ଅନୁଭବ କରିବାରୁ ଚିକିତ୍ସା ପରେ ସେ କର୍କଟ ରୋଗରେ ପୀଡିତ ଥିବା ଜାଣିବାକୁ ପାଇଥିଲେ | ପରେ କଟକର ଉକ୍ତ କ୍ୟାନ୍ସର ପ୍ରତିଷ୍ଠାନରେ ଚିକିତ୍ସା ହେଉଥିବା ବେଳେ ଉଚ୍ଚ ଚିକିତ୍ସା ପାଇଁ ଅର୍ଥାଭାବରୁ ସେ ରାୟଗଡା ଫେରି ଆସିଥିଲେ । ବର୍ତ୍ତମାନବ୍ରଜବନ୍ଧୁ ଓ ତାଙ୍କ ପରିବାର ବହୁ କଷ୍ଟରେ ଚଳୁଥିବା ବେଳେ ତାଙ୍କର ଏପରି ଦୟନୀୟ ପରିସ୍ଥିତିକୁ ଦେଖ୍ ରାୟଗଡର ଝଞ୍ଜାବତୀ ମହିଳା ୱାକର୍ସ କ୍ଲବର ସଦସ୍ୟମାନେମିଳିତ ଭାବେ ୧୧ହଜାର ଟଙ୍କା ସଂଗ୍ରହ କରି ରୋଗୀଙ୍କ ପତ୍ନୀଙ୍କ ହାତରେ ଚିକିତ୍ସା ସହାୟତା ସ୍ବରୂପ ପ୍ରଦାନ କରିଥିଲେ। ଏହା ସହ କ୍ଲବର ସଦସ୍ୟା ନମିତା ରୁଟି ଓ ବିସ୍କୁଟ ମଧ୍ୟ ପ୍ରଦାନ କରିଥିଲେ | କ୍ଲବର ସଦସ୍ୟମାନେ ରୋଗୀଙ୍କ ଘରକୁ ଯାଇ ପରିବାରର ସ୍ଥିତି ପରଖୁବା ସହ ସହାୟତା ହସ୍ତାନ୍ତର କରିଥିଲେ | କ୍ଲବର ସଭାପତିଅନୁସୂୟା ମାଝୀଙ୍କ ନେତୃତ୍ବରେ ଏହି ମାନବିକ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ସମସ୍ତ ସଦସ୍ୟଙ୍କ ଉଦାରତା ଓ ଏକତାକୁ ପ୍ରଶଂସା କରାଯାଇଛି। ବିଭିନ୍ନ ବର୍ଗର ଲୋକ ସହାୟତାର ହା ବଢ଼ାଇବାକୁ କ୍ଲବ ପକ୍ଷରୁ ଅନୁରୋଧ କରାଯାଇଛି ବୋଲି ସମ୍ପାଦିକା ରିତାରାଣୀ ମିଶ୍ର କହିଛନ୍ତି `। ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
