ଏବିଇଓ ଛବିଲାଲ ସିଂ ଙ୍କୁ ଅଵସର କାଳୀନ ସମ୍ବର୍ଦ୍ଧନା
ରାୟଗଡ଼ ତା ୩୦.୬.୨୦୨୬ ରାୟଗଡ଼ ବ୍ଲକରେ କାର୍ଯ୍ୟରତ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଛବିଲାଲ ସିଂ ମଙ୍ଗଳବାର ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଏଥି ନିମନ୍ତେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଥିଲା । ୧୯୮୬ ମସିହାରୁ କାଶୀପୁର ବ୍ଲକର ଡି କରଳ ରୁ ନିଜ ଚାକିରି ଜୀବନ ପ୍ରାରମ୍ଭ କରି କଲ୍ୟାଣ ସିଂହ ପୂର ଓ ରାୟଗଡ଼ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ସହକାରୀ ଓ ପ୍ରଧାନ ଶିକ୍ଷକ ଭାବେ ସେବା ପ୍ରଦାନ କରି ଅନେକ ପ୍ରଶଂସାର ଅଧିକାରୀ ହୋଇପାରିଛନ୍ତି। ୨୦୨୧ ମସିହାରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ରୂପେ ରାୟଗଡ଼ ବ୍ଲକରେ କାର୍ଯ୍ୟରତ ଥିଲେ ।ଏହି ଅବସରରେ ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ ଭଜନଲାଲ ମାଝୀ ଶ୍ରୀ ଛବିଲାଲ ସିଂଙ୍କୁ ସମ୍ବର୍ଦ୍ଧିତ କରିବା ସହ ଚୂଡାନ୍ତ ପେନସନ ଆଦେଶ ପତ୍ର ପ୍ରଦାନ କରିଥିଲେ ।ଏହି ଅବସରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ର କର୍ମକର୍ତ୍ତା, ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଏବଂ ବିଭିନ୍ନ ବିଦ୍ୟାଳୟ ତରଫରୁ ଶ୍ରୀ ସିଂ ଙ୍କୁ ପ୍ରଶସାର ସୁଅ ଛୁଟିବା ସହ ସମ୍ବର୍ଦ୍ଧିତ କରାଯାଇଛି। ନିରବଚ୍ଛିନ୍ନ ଭାବରେ ଶିକ୍ଷା ଶିକ୍ଷକ ଓ ଶିକ୍ଷାୟତନ ର ବିକାଶ ନିମନ୍ତେ ଅକ୍ଲାନ୍ତ ପରିଶ୍ରମର ଫଳ ସ୍ୱରୂପ ଆଜି ମୁଁ ଅବସର ଦିବସରେ ମୋର ଚୂଡାନ୍ତ ପେନସନ ପାଇ ପାରିଛି ବୋଲି କହିବା ସହ ଉତ୍ତମ ସହଯୋଗ ପାଇଁ ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ ମାଝୀ ଓ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅପରପକ୍ଷେ ଶ୍ରୀ ଭଜନଲାଲ ମାଝୀ ରାୟଗଡ଼ ବ୍ଲକ ଶିକ୍ଷାଅଧିକାରୀ ରୂପେ ଅତିରିକ୍ତ ଦାୟୀତ୍ୱ ନେବାପରେ ଏକ ଅଭିନବ ପଦକ୍ଷେପ ନେଇଛନ୍ତି । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବସର ଦିବସରେ ଚୂଡାନ୍ତ ପେନସନ ପ୍ରଦାନ କରି ବିଭିନ୍ନ ବିଭାଗ ପାଇଁ ଉଦାହରଣ ସାଜିଥିବାରୁ ଶିକ୍ଷକଙ୍କ ମହଲରେ ଶୁଭେଚ୍ଛାର ସୁଅ ଛୁଟିଛି । ଜିଲ୍ଲାର ସମସ୍ତ ବ୍ଲକରେ ଏହା କାର୍ଯ୍ୟକ୍ଷମ ଯେପରି ହୋଇପାରିବ ସେଥିପାଇଁ ଚେଷ୍ଟା ଜାରି ରହିଛି ବୋଲି ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ ଭଜନଲାଲ ମାଝୀ କହିଛନ୍ତି ।ରାୟଗଡ ରୁ ଅମୁଲ୍ୟ ନିଶାଙ୍କ ଙ୍କ ରିପୋର୍ଟ
