ସେମିଳିଗୁଡାର ଯୁବ ବ୍ୟବସାୟୀ ତଥା ସମାଜସେବୀଙ୍କ ଦୁର୍ଘଟଣାରେ ମୃତ୍ୟୁ

ସେମିଳିଗୁଡାର ଯୁବ ବ୍ୟବସାୟୀ ତଥା ସମାଜସେବୀଙ୍କ ଦୁର୍ଘଟଣାରେ ମୃତ୍ୟୁ

ସେମିଳିଗୁଡାର ଯୁବ ବ୍ୟବସାୟୀ ତଥା ସମାଜସେବୀଙ୍କ ଦୁର୍ଘଟଣାରେ ମୃତ୍ୟୁସେମିଳିଗୁଡା ତାରିଖ ୨୪,୧୦,୨୦୨୬,ସେମିଳିଗୁଡାର ଯୁବ ବ୍ୟବସାୟୀ ତଥା ସମାଜସେବୀ ସଏଦ ଅଲ୍ଲୀଙ୍କ ବାଇକ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟିଛି।ଗତକାଲି ରାତି ୭ଟା ପାଖାପାଖି ଡୁମୁରିପୁଟ ନିକଟରେ ଏକ ଟ୍ରକ ଓ ବାଇକ ଧକ୍କାରେ ସେ ମୃତ୍ୟୁବରଣ କରିଛନ୍ତି।ସଏଦ ଅଲ୍ଲୀ ରାଜା ନାମରେ ସର୍ବତ୍ର ପରିଚିତ ଥିଲେ। ତାଙ୍କ ପୈତୃକ ବ୍ୟବସାୟ ଚଷମା ଦୋକାନ ସହ ସେ ଏକ ଚକ୍ଷୁ ପରୀକ୍ଷା କ୍ଲିନିକ ସେମିଳିଗୁଡାରେ କରିଥିଲେ। ସେ ଜଣେ ମିଷ୍ଟଭାଷୀ,ସହୃଦୟ ଯୁବକ ଥିଲେ। ଅସମୟରେ ବହୁ ଲୋକଙ୍କୁ ସହାୟତାର ହାତ ବଢାଇ ସହଯୋଗ କରୁଥିଲେ।ଚକ୍ଷୁ ପରୀକ୍ଷା ଶିବିରରେ ଗରୀବ ରୋଗୀକୁ ମାଗଣା ଚଷମା ପ୍ରଦାନ କରୁଥିଲେ।ରାଜା ୫୭ଥର ରକ୍ତଦାନ କରି ଅନେକ ଲୋକଙ୍କ ଜୀବନ ବଂଚାଇ ଥିଲେ। ସେଜଣେ ନୀରବ ସେବକଥିଲେ।ସେମିଳିଗୁଡାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଲିଭ ଫର ଅଦର୍ସର ସେ ଜଣେ ସକ୍ରୀୟ ସଦସ୍ୟ ଥିଲେ। ତାଙ୍କ ଅକାଳ ବିୟୋଗରେ ତାଙ୍କ ପରିବାର,ବନ୍ଧୁବାନ୍ଧବ, ସହରବାସୀ ଶୋକାଭିଭୁତ ହୋଇ ପଡିଛନ୍ତି।ଲିଭ ଫର ଅଦର୍ସର ସଂପାଦିକା ସ୍ନିଗ୍ଧା ରାଣୀ ମିଶ୍ର ରାଜାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।ସ୍ଵସ୍ତିକ ମିଶ୍ର