ଗୋପାଳପୁର ବେଳାଭୂମିରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ର ସଫେଇ ଓ ସଚେତନତା ଅଭିଯାନ
ବ୍ରହ୍ମପୁର, ୨୪.୧୦.୨୦୨୬- ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସଏଫ୍) ପକ୍ଷରୁ ଗୋପାଳପୁର ବେଳାଭୂମିରେ ଏକ ସ୍ୱେଚ୍ଛାକୃତ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଗୋପାଳପୁରର ଟାଟା ଷ୍ଟିଲ୍ ଫେରୋ ଆଲୋଏଜ୍ ପ୍ଲାଣ୍ଟ, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ର କର୍ମଚାରୀ ଏବଂ ରିସ୍ତା ପ୍ରକଳ୍ପ ସହ ଜଡ଼ିତ ସଦସ୍ୟମାନେ ଏକାଠି ହୋଇ ବେଳାଭୂମି ସଫେଇ କରିଥିଲେ। ଏହି ଅଭିଯାନ ଟାଟା ଷ୍ଟିଲ୍ର ଫେରୋ ଆଲୋଏଜ୍ ଆଣ୍ଡ ମିନେରାଲ୍ସ ଡିଭିଜନ୍ (ଏଫ୍ଏଏମଡି)ର ଏକଜିକ୍ୟୁଟିଭ୍-ଇନ୍-ଚାର୍ଜ (ଇଆଇସି) ସୁଶାନ୍ତ କୁମାର ମିଶ୍ର ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଗୋପାଳପୁରର ୟୁନିଟ୍ ଲିଡ୍ ଡ. ଜୟନ୍ତ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା।ସକାଳ ୬ଟା ୩୦ ରୁ ୮ଟା ୩୦ ପର୍ଯ୍ୟନ୍ତ ଚାଲିଥିବା ଏହି ଦୁଇ ଘଣ୍ଟିଆ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ ଫେରୋ ଆଲୋଏଜ୍ ପ୍ଲାଣ୍ଟର ୩୪ଜଣ କର୍ମଚାରୀ, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ର ୨୩ ଜଣ କର୍ମଚାରୀ ଏବଂ ରିସ୍ତା ପ୍ରକଳ୍ପର ୧୦ ଜଣ ‘ସାଥୀ’ ଭାଗ ନେଇଥିଲେ। ବେଳାଭୂମିରେ ଜମା ହୋଇଥିବା ଆବର୍ଜନାକୁ ସଫା କରିବା ପାଇଁ ସ୍ୱେଚ୍ଛାସେବୀମାନେ ପ୍ରାୟ ୧ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳରେ ସଫେଇ କରିଥିଲେ। ସଂଗ୍ରହ କରାଯାଇଥିବା ସମସ୍ତ ପ୍ଲାଷ୍ଟିକ୍ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁକୁ ସଠିକ୍ ପରିଚାଳନା ଓ ବିନିଯୋଗ ପାଇଁ ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି)କୁ ଦିଆଯାଇଥିଲା।ଏହି ଅବସରରେ ଉପସ୍ଥିତ ସ୍ୱେଚ୍ଛାସେବୀଙ୍କୁ ସମ୍ବୋଧିତ କରି ସୁଶାନ୍ତ କୁମାର ମିଶ୍ର କହିଥିଲେ, “ସମାଜ ସେବା ଏବଂ ପରିବେଶ ସୁରକ୍ଷା କ୍ଷେତ୍ରରେ କର୍ମଚାରୀମାନଙ୍କ ସ୍ୱେଚ୍ଛାକୃତ ଯୋଗଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।” ଏହାସହିତ ସାମୁଦ୍ରିକ ଜୀବ ଓ ଉପକୂଳବର୍ତ୍ତୀ ପରିସଂସ୍ଥାର ସୁରକ୍ଷା ପାଇଁ ପ୍ଲାଷ୍ଟିକ୍ ପ୍ରଦୂଷଣ ହ୍ରାସ କରିବା ପ୍ରତ୍ୟେକ ନାଗରିକ ଦାୟିତ୍ୱବାନ ହେବା ଦରକାର ବୋଲି ସେ କହିଥିଲେ। ଏହି ଅଭିଯାନରେ କିଶୋର-କିଶୋରୀମାନଙ୍କ ମଧ୍ୟରେ ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରୁଥିବା ରିସ୍ତା ପ୍ରକଳ୍ପର ସଦସ୍ୟମାନେ ମଧ୍ୟ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ସଫେଇ କାର୍ଯ୍ୟକ୍ରମ ଶେଷ ହେବା ପରେ, ସମସ୍ତ ସ୍ୱେଚ୍ଛାସେବୀଙ୍କ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଏକ ଯୋଗ ଶିବିରର ଆୟୋଜନ କରାଯାଇଥିଲା। ପରିଶେଷରେ ପରିବେଶ ସୁରକ୍ଷା ଏବଂ ସମାଜସେବା ପାଇଁ ସଭିଏ ସଙ୍କଳ୍ପ ନେଇଥିଲେ।
