ବସ୍ ସେବାରୁ ବଞ୍ଚିତ ଗଜପତି ଜିଲ୍ଲାର ଉପାନ୍ତ ପଞ୍ଚାୟତବାସୀ,

ବସ୍ ସେବାରୁ ବଞ୍ଚିତ ଗଜପତି ଜିଲ୍ଲାର ଉପାନ୍ତ ପଞ୍ଚାୟତବାସୀ,

ବସ୍ ସେବାରୁ ବଞ୍ଚିତ ଗଜପତି ଜିଲ୍ଲାର ଉପାନ୍ତ ପଞ୍ଚାୟତବାସୀ,

ଗଜପତି,(ମନୋଜ ପାଢ଼ୀ) ବିପଦପୂର୍ଣ୍ଣ ଘାଟି ରାସ୍ତା ପାଇଁ ଗଡ଼ିପାରୁନି ସରକାରୀ ବସ୍ ଅଙ୍କାବଙ୍କା ଅଣଓସାରିଆ ରାସ୍ତା… ତା’ସାଙ୍ଗକୁ ବିପଦସଙ୍କୁଳ ଘାଟି… ଛୁଇଁ ପାରିନି ବିକାଶ… ଗାଁକୁ ଗଡ଼ୁନି ବସ୍‌… ଘାଟିରାସ୍ତା ଯୋଗୁ ବସ୍ ସେବାରୁ ବଞ୍ଚିତ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନୁଗୁର ପଞ୍ଚାୟତବାସୀ। ନୂଆଗଡ଼ ବ୍ଲକର ଟଟରଙ୍ଗ ଘାଟି ରାସ୍ତା ଦୁଇଟି ପଞ୍ଚାୟତ ସମେତ ପଡ଼ୋଶୀ ରାୟଗଡ଼ା ଜିଲ୍ଲାର ଅନେକ ଗାଁକୁ ସଂଯୋଗ କରୁଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରାୟ ୮ ବର୍ଷ ପୂର୍ବରୁ ଏହି ଘାଟି ରାସ୍ତା ନିର୍ମାଣ କରାଯାଇଥିଲା। ହେଲେ ଘାଟି କାଟିବା ସମୟରେ ବୈଷୟିକ ତ୍ରୁଟି ଯୋଗୁଁ ରାସ୍ତାଟି ଅତ୍ୟନ୍ତ ସଂକୀର୍ଣ୍ଣ ଏବଂ ବିପଦପୂର୍ଣ୍ଣ ହୋଇ ରହିଯାଇଛି। ଫଳରେ କୌଣସି ବସ୍ ଏହି ରାସ୍ତାରେ ଯାତାୟାତ କରୁନାହିଁ। ଜରୁରୀକାଳୀନ ଚିକିତ୍ସା କିମ୍ବା ବ୍ଲକ୍ କାର୍ୟ୍ୟାଳୟକୁ ଯିବା ପାଇଁ ଲୋକଙ୍କୁ ବାଧ୍ୟ ହୋଇ ଅଟୋ କିମ୍ବା ଟ୍ୟାକ୍ସି ଭଡ଼ା କରି ବହୁ ଖର୍ଚ୍ଚାନ୍ତ ହେଉଛନ୍ତି। ବସ୍ ସେବାରୁ ବଞ୍ଚିତ ଗଜପତି ଜିଲ୍ଲାର ଉପାନ୍ତ ପଞ୍ଚାୟତବାସୀ, ବିପଦପୂର୍ଣ୍ଣ ଘାଟି ରାସ୍ତା ପାଇଁ ଗଡ଼ିପାରୁନି ସରକାରୀ ବସ୍ ।କନକ ବ୍ୟୁରୋ : ସ୍ୱାଧୀନତାର ଏତେ ବର୍ଷ ପରେ ବି ବସ୍ ସେବାରୁ ବଞ୍ଚିତ ଅଛନ୍ତି ହଜାର ହଜାର ଲୋକ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ଗଜପତି ଜିଲ୍ଲାର ଏକ ଦୁର୍ଗମ ପଞ୍ଚାୟତ ଅଣଦେଖାର ଶିକାର ହୋଇଛି। ଅଣଓସାରିଆ ଘାଟି ରାସ୍ତା ଯୋଗୁଁ ପଞ୍ଚାୟତକୁ ସରକାରୀ କିମ୍ବା ବେସରକାରୀ ବସ୍ ଯାଇପାରୁ ନାହିଁ। ଯାହାଫଳରେ ବ୍ଲକ୍ ସଦର ମହକୁମା ଓ ଡାକ୍ତରଖାନା ଯିବା ପାଇଁ ଲୋକେ ଅଧିକ ଟଙ୍କା ଖର୍ଚ୍ଚ କରି ଛୋଟ ଗାଡ଼ି ଭଡ଼ା କରିବାକୁ ବାଧ୍ୟ ହେଉଛନ୍ତି। ଏହା ପ୍ରଶାସନର ଭୁଲ୍ ନା ଜାଣିଶୁଣି କରାଯାଉଥିବା ଅବହେଳା, ତାହାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଙ୍କାବଙ୍କା ଅଣଓସାରିଆ ରାସ୍ତା… ତା’ସାଙ୍ଗକୁ ବିପଦସଙ୍କୁଳ ଘାଟି… ଛୁଇଁ ପାରିନି ବିକାଶ… ଗାଁକୁ ଗଡ଼ୁନି ବସ୍‌… ଘାଟିରାସ୍ତା ଯୋଗୁ ବସ୍ ସେବାରୁ ବଞ୍ଚିତ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନୁଗୁର ପଞ୍ଚାୟତବାସୀ। ନୂଆଗଡ଼ ବ୍ଲକର ଟଟରଙ୍ଗ ଘାଟି ରାସ୍ତା ଦୁଇଟି ପଞ୍ଚାୟତ ସମେତ ପଡ଼ୋଶୀ ରାୟଗଡ଼ା ଜିଲ୍ଲାର ଅନେକ ଗାଁକୁ ସଂଯୋଗ କରୁଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରାୟ ୮ ବର୍ଷ ପୂର୍ବରୁ ଏହି ଘାଟି ରାସ୍ତା ନିର୍ମାଣ କରାଯାଇଥିଲା। ହେଲେ ଘାଟି କାଟିବା ସମୟରେ ବୈଷୟିକ ତ୍ରୁଟି ଯୋଗୁଁ ରାସ୍ତାଟି ଅତ୍ୟନ୍ତ ସଂକୀର୍ଣ୍ଣ ଏବଂ ବିପଦପୂର୍ଣ୍ଣ ହୋଇ ରହିଯାଇଛି। ଫଳରେ କୌଣସି ବସ୍ ଏହି ରାସ୍ତାରେ ଯାତାୟାତ କରୁନାହିଁ। ଜରୁରୀକାଳୀନ ଚିକିତ୍ସା କିମ୍ବା ବ୍ଲକ୍ କାର୍ୟ୍ୟାଳୟକୁ ଯିବା ପାଇଁ ଲୋକଙ୍କୁ ବାଧ୍ୟ ହୋଇ ଅଟୋ କିମ୍ବା ଟ୍ୟାକ୍ସି ଭଡ଼ା କରି ବହୁ ଖର୍ଚ୍ଚାନ୍ତ ହେଉଛନ୍ତି।ଏହି ଦୁର୍ଗମ ଅନୁଗୁର ପଞ୍ଚାୟତ ଅଧୀନରେ ଥିବା ପ୍ରାୟ ୨୫ଟି ଗାଁର ୫ ହଜାରରୁ ଅଧିକ ଲୋକ ଘାଟିରାସ୍ତା ଉପରେ ନିର୍ଭରଶୀଳ। ଅଣଓସାରିଆ ଘାଟିକୁ ଚଉଡ଼ା କରିବା ଏବଂ ବସ୍ ଚଳାଚଳ ଉପଯୋଗୀ କରିବା ପାଇଁ ଅଞ୍ଚଳବାସୀ ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ୟ୍ୟନ୍ତ ବାରମ୍ବାର ଗୁହାରୀ କରିଆସୁଛନ୍ତି। ତଥାପି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହିଁ। ଫଲରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଅଞ୍ଚଳର ଦୀର୍ଘଦିନର ଦାବି କେବେ ପୂରଣ ହେଉଛି ଏବଂ ଅନୁଗୁର ପଞ୍ଚାୟତକୁ କେବେ ବସ୍ ଗଡ଼ୁଛି, ତାହା ଦେଖିବାକୁ ବାକି ରହିଲା।