ରାଜ୍ୟପାଳଙ୍କ ମହେନ୍ଦ୍ରଗିରି ଗସ୍ତ ନେଇ ଗଜପତି ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି ।

ରାଜ୍ୟପାଳଙ୍କ ମହେନ୍ଦ୍ରଗିରି ଗସ୍ତ ନେଇ ଗଜପତି ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି ।

ରାଜ୍ୟପାଳଙ୍କ ମହେନ୍ଦ୍ରଗିରି ଗସ୍ତ ନେଇ ଗଜପତି ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି ।

ଗଜପତି:୬/୬(ମନୋଜ ପାଢ଼ୀ)ପୁରାଣ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରିରେ ଆରମ୍ଭ ହୋଇଥିବା ମହେନ୍ଦ୍ରମେଳାରେ ଯୋଗଦେବା ପାଇଁ ଆସନ୍ତା ୮ତାରିଖରେ ରାଜ୍ୟପାଳ ହରିବାବୁ କୁମ୍ଭମପତି ଆସିବା ସ୍ଥିର ହୋଇଛି । ରାଜ୍ୟପାଳଙ୍କ ଏହି ଗସ୍ତକୁ ନଜରରେ ରଖି ଗଜପତି ଜିଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି। ଏନେଇ ପାରଳାଖେମୁଣ୍ଡିସ୍ଥିତ ଗଜପତି ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରାଜ୍ୟପାଳଙ୍କ ଗସ୍ତ କାର୍ଯ୍ୟକ୍ରମର ସଫଳ ପାଇଁ ଏକ ସ୍ୱତନ୍ତ୍ର ବୈଠକ ହୋଇଯାଇଛି। ଏଥିରେ ଜିଲ୍ଲାସ୍ତରୀୟ ସମସ୍ତ ବିଭାଗୀୟ ମୁଖ୍ୟ ଯୋଗଦେଇ ରାଜ୍ୟପାଳ ଗସ୍ତ ସମୟରେ ବିଭିନ୍ନ ମାର୍ଗ ଏବଂ ମହେନ୍ଦ୍ରଗିରି ପାର୍ବତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରିବା ସମ୍ପର୍କରେ ଆଲୋଚନା ହୋଇଥିଲା ।