କୁଲିତା ଟୁକୁରା ଗ୍ରାମ ର କୁମାରୀ ଅନନ୍ୟା ପଧାନ +୨ ପରୀକ୍ଷା ଫଳାଫଳରେ ବିଜ୍ଞାନରେ ସର୍ବମୋଟ ୫୩୬ ମାର୍କ ଆଣି ଅଞ୍ଚଳର ଗୌରବ।
ବରଗଡ଼ ୬,୬,୨୬(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ କୁଲିତାଟୁକରା ଗ୍ରାମ ର କୁମାରୀ ଅନନ୍ୟା ପଧାନ ବରିଷ୍ଠ ଗଣିତ ଶିକ୍ଷକ ଶ୍ରୀଯୁକ୍ତ ଅଶ୍ବିନୀ ପଧାନ ଓ ଶ୍ରୀମତୀ ପୁଷ୍ପାଞ୍ଜଳି ପଧାନ ଙ୍କ ଝିଅ ଅଟନ୍ତି । ବରଗଡ ଜିଲ୍ଲା କମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟାୟନରତ ଥିଲେ । ନିୟମିତ ଭାବେ ଶୃଙ୍ଖଳିତ ପାଠ ପଢ଼ା ସାଙ୍ଗେ ସାଙ୍ଗେ ପିତାମାତା ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ-ଅଧ୍ୟାପିକାଙ୍କ ଉଚିତ ମାର୍ଗଦର୍ଶନ କୁ ପାଥେୟ କରି ସେ ଏପରି ସଫଳତା ହାସଲ କରିଥିବା ଅନନ୍ୟା କୁହନ୍ତି । ତାଙ୍କ ଇଂରାଜୀ ବିଷୟରେ ୧୦୦ ରୁ ୧୦୦ ମାର୍କ ଆଣିବା ବିଷୟରେ ପଚାରିବାରୁ ଇଂରାଜୀ ଭାଷା ପ୍ରତି ତାଙ୍କ ଅତ୍ୟଧିକ ରୁଚି ଥିବା କଥା ସେ କହିଥିଲେ । ଅତାବିରା ବିଧାୟକ ଶ୍ରୀଯୁକ୍ତ ନିହାର ରଞ୍ଜନ ମହାନନ୍ଦ ତାଙ୍କୁ ସମ୍ମାନିତ କରିଥିଲେ ଓ ଭବିଷ୍ୟତ ଉଜ୍ଜଳ ହେଉ ଈଶ୍ବର ନିକଟରେ ପ୍ରାର୍ଥନା କରିଥିଲେ।ମୋର ଦ୍ଵାରା ଯାହା ସମ୍ଭବ ସହଯୋଗ ଦେବି ବୋଲ ପ୍ରତିଶ୍ରୁତି ଦେଇଥିଲେ।
