ଅସହାୟ ପରିବାରକୁ ଆର୍ଥିକ ସହାୟତା ପାଇଁ ଜିଲ୍ଲାପାଳଙ୍କୁ ସ୍ୱାକ ର ଅନୁରୋଧ ।

ଅସହାୟ ପରିବାରକୁ ଆର୍ଥିକ ସହାୟତା ପାଇଁ ଜିଲ୍ଲାପାଳଙ୍କୁ ସ୍ୱାକ ର ଅନୁରୋଧ ।

ଅସହାୟ ପରିବାରକୁ ଆର୍ଥିକ ସହାୟତା ପାଇଁ ଜିଲ୍ଲାପାଳଙ୍କୁ ସ୍ୱାକ ର ଅନୁରୋଧ ।

କନ୍ଧମାଳ : (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ବାପ୍ଲମେଣ୍ଡି–‘ବି’ ପଞ୍ଚାୟତର ବାହାଡ଼ା ସାହିର ମୃତ ଦାଦନ ଶ୍ରମିକ ବେଣୁଧର ନାୟକ (୪୪)ଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଜିଲ୍ଲାପାଳ, କନ୍ଧମାଳଙ୍କ ନିକଟରେ ସ୍ୱାକ ପକ୍ଷରୁ ଲିଖିତ ଅନୁରୋଧ କରାଯାଇଛି।ବେଣୁଧର ନାୟକ, ପିତା–ସ୍ୱର୍ଗତ ତରଣିସେନ ନାୟକ, ଦୀର୍ଘ ବର୍ଷ ଧରି ସୁରତରେ ଶ୍ରମିକ ଭାବେ କାର୍ଯ୍ୟ କରି ନିଜ ପରିବାରର ଭରଣପୋଷଣ କରୁଥିଲେ। ଗତ ୧୯ ଅଗଷ୍ଟ ୨୦୨୬ ତାରିଖରେ କାର୍ଯ୍ୟ ସାରି ବିଶ୍ରାମ ନେଉଥିବା ସମୟରେ ତାଙ୍କର ଅକାଳ ମୃତ୍ୟୁ ଘଟିଥିଲା। ମୃତଦେହ ଗାଁକୁ ଆଣିବା ପାଇଁ ପରିବାର ଲୋକେ ବହୁ ଟଙ୍କା ଧାରଉଧାର କରିଥିବା ଜଣାପଡ଼ିଛି।ବେଣୁଧରଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ମୀରା ନାୟକ ଓ ୧୧ ବର୍ଷର ପୁଅ ସାଇ ଶ୍ରୀମାନ ନାୟକଙ୍କ ସମେତ ପରିବାର ଗଭୀର ଆର୍ଥିକ ସଙ୍କଟରେ ପଡ଼ିଛି। ପରିବାରର ଏକମାତ୍ର ରୋଜଗାରିଆ ସଦସ୍ୟଙ୍କୁ ହରାଇବା ପରେ ଜୀବିକା ନିର୍ବାହ କରିବା ନେଇ ପରିବାର ସମ୍ମୁଖୀନ ହୋଇଛି ଅନେକ ସମସ୍ୟା।ଏହି ପରିପ୍ରେକ୍ଷୀରେ ସ୍ୱାକ ପରିବାର ପକ୍ଷରୁ ଉକ୍ତ ପରିବାରକୁ ସାକ୍ଷାତ କରାଯାଇ ପରିବାରର ସ୍ଥିତି ସମ୍ପର୍କରେ ଅବଗତ ହୋଇଥିଲେ। ଏଥିସହ ମାନବିକତାର ଦୃଷ୍ଟିକୋଣରୁ ପରିବାରକୁ ତୁରନ୍ତ ଜରୁରୀକାଳୀନ ଆର୍ଥିକ ସହାୟତା ପ୍ରଦାନ ସହ ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ସ୍ୱାକ ପକ୍ଷରୁ ଅନୁରୋଧ କରାଯାଇଛି।ଏହି ଅସହାୟ ପରିବାର ପ୍ରତି ପ୍ରଶାସନ ଓ ସମାଜର ସହଯୋଗ ଆଶା କରାଯାଇଛି।