ଗଞ୍ଜାମ ଜିଲ୍ଲା ଆସିକା ବିଧାୟକଙ୍କ ଦ୍ୱାରା ୧୬୨ ଜଣଙ୍କୁ ଭତ୍ତା ବଣ୍ଟନ

ଗଞ୍ଜାମ ଜିଲ୍ଲା ଆସିକା ବିଧାୟକଙ୍କ ଦ୍ୱାରା ୧୬୨ ଜଣଙ୍କୁ ଭତ୍ତା ବଣ୍ଟନ

ଗଞ୍ଜାମ ଜିଲ୍ଲା ଆସିକା ବିଧାୟକଙ୍କ ଦ୍ୱାରା ୧୬୨ ଜଣଙ୍କୁ ଭତ୍ତା ବଣ୍ଟନ

ଆସିକା, ୩/୬/୨୬: ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆସିକା ପଞ୍ଚାୟତ ସମିତି ସଭାଗୃହରେ ଏକ ଭତ୍ତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, ଅତିରିକ୍ତ ବିଡିଓ ସୁଶାନ୍ତ କୁମାର ବେହେରା, ବିଧାୟକଙ୍କ ପୁଅ ସଙ୍ଗୀତ କୁମାର ପାଢ଼ୀ ଏବଂ ଆତ୍ମାର ଅଧ୍ୟକ୍ଷ ବିଜୟ ସାଇଁ ପ୍ରମୁଖ ଉପସ୍ଥିତ ଥିଲେ।ଆସିକା ବ୍ଲକର ୨୭ଟି ପଞ୍ଚାୟତର ୭ ଜଣ ଦିବ୍ୟାଙ୍ଗ, ୨ ଜଣ ସ୍ୱାମୀ ପରିତ୍ୟକ୍ତା ମହିଳା, ୧୨୯ ଜଣ ବୃଦ୍ଧ-ବୃଦ୍ଧା ଏବଂ ୨୪ ଜଣ ବିଧବାଙ୍କୁ ମିଶାଇ ମୋଟ ୧୬୨ ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଭତ୍ତା ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜଶ୍ରୀ ସାହୁଙ୍କ ତତ୍ତ୍ୱାବଧାନରେ ଗଗନ ପ୍ରଧାନ ଓ ସଞ୍ଜୟ ବେହେରା ପ୍ରମୁଖ ସଂଯୋଜନା କରିଥିଲେ।ରିପୋର୍ଟ: ଗଣେଶ ପାଣିଗ୍ରାହୀ, ଆସିକା।