ଅତି ଆଡମ୍ବର ରେ ହଜାର ହଜାର ଦର୍ଶକ ଙ୍କ ଜନସମାଗମ ରେ ଉଦଯାପିତ ହେଲା ର ଲିହୁରି ଗ୍ରାମ ର ଗ୍ରାମଦେବତୀ ଙ୍କ ଘଣ୍ଟ ପର୍ବ
ରାୟଗଡ ( info media) ଓଡିଶା ର ରାୟଗଡ ଜ଼ିଲ୍ଲା ଓ ଗଜପତି ଜ଼ିଲ୍ଲା ର ବଂଶଧାରା ନଦୀକୂଳ ରେ ଆନ୍ଧ୍ର ପ୍ରଦେଶ ର ମାନ୍ୟମ ଜ଼ିଲ୍ଲା ର ଲିହୁରି ଗ୍ରାମର ଗ୍ରାମଦେବତୀ ଙ୍କ ଘଣ୍ଟ ପର୍ବ ଗତ ମାସ 25 ରି ଆରମ୍ଭ ହୋଇଥିଲା ଚଳିତ ମାସ 3 ତାରିଖ ରେ ହଜାର ହଜାର ଜନସମାଗମ ମଧ୍ୟ୍ୟ ରେ ମା ଙ୍କ ଘଣ୍ଟ ପର୍ବ ଉଦଯାପିତ ହୋଇଯାଇଛି l ସୂଚନା ଯୋଗ୍ୟଯେ ଏହି ଲିହୁରି ଗ୍ରାମଟି ଗୁଣୁପୁର ସହର ଠାରୁ ମାତ୍ର 30 କିଲୋମିଟର ଦୂର ଆନ୍ଧ୍ର ପ୍ରଦେଶ ର କତୁରୁ ମଣ୍ଡଳ ରେ ଅବସ୍ତିତ l ଗାଁ ଟି ଆନ୍ଧ୍ର ରେ ଅବସ୍ତିତ କିନ୍ତୁ ଏହିଠାର ଅଧିବାସୀ ଙ୍କ ଚାଲି ଚଳନ ଓ ପର୍ବ ପର୍ବାଣୀ ସବୁ କିଛି ଓଡିଶା ବାସୀ ଙ୍କ ରୀତି ପରି ପାଳନ କରିଆସିଛନ୍ତି l ଲିହୁରି ଗ୍ରାମର ର ଗ୍ରାମ ଦେବୀ ମା ଠାକୁରାଣୀ ଙ୍କ ଘଣ୍ଟ ପର୍ବ ଗତ ମାସ 25 ତାରିଖରୁ ଆରମ୍ଭ ହୋଇ ଚଳିତ 3ତରଖ ରେ ଉଦଯାପିତ ହୋଇଯାଇଛି l ଏହି 9 ଦିନ ଧରି ଚାଲିଥିବା ଘଣ୍ଟ ପର୍ବ ରେ ମା ଙ୍କ ହାଣ୍ଡି ପୂଜା ମଣ୍ଡପ ରୁ ପ୍ରତ୍ୟକ ଦିନ ସନ୍ଧ୍ୟା ରେ ବାହାରି ଲିହୁରି ଗ୍ରାମର ପ୍ରତ୍ୟକ ସାହି ସାହି ବୁଲି ପୂଜା ମଣ୍ଡପ କୁ ଫେରିଥିଲା l ଏହାପରେ ପୂଜକ ( ବେଜୁ ନାଚ ) କରୁଥିଲେ ଏହି ନାଚ ଦେଖିବା ନିମନ୍ତେ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ମା ଙ୍କ ବେଜୁ ନାଚ ଦେଖି ନିଜକୁ କୃତାର୍ଥ ମନେ କରିଥିଲେ l ପରେ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାର ର ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା l ମା ଙ୍କ ଅସ୍ଥାୟୀ ମନ୍ଦିର ରେ ଆଜି ପର୍ବ ର ଅନ୍ତିମ ଦିନ ରେ ଉଭୟେ ମୋହିଳା ଓ ପୁରୁଷ ଲିଆ ମୁହାଁ ଫଳ ମୂଳ ପଣା ଓ କୁକୁଡ଼ା ଇତ୍ୟାଦି ପୂଜା କରିଥିଲେ l ଅନ୍ତିମ ଡି ମା ଙ୍କ ହାଣ୍ଡି ଓ ପାଟ ଚାଙ୍ଗୁଡ଼ି କୁ ପୂଜକ ଙ୍କ ଦ୍ୱାରା ବିଧିବଦ୍ଧ ଭାବେ ପୂଜାର୍ଚନ କରିବା ପରେ ପରେ ମା ଙ୍କୁ କୁ ଏକ ବିରାଟ ପଟୁଆର ରେ ସ୍ଥାନୀୟ ଅଞ୍ଚଳବାସୀ ମା ଙ୍କ ମନ୍ଦିର ରେ ଛାଡି ଆସିଥିଲେ l ମା ଙ୍କୁ ବିଦାୟ ଦେବା ସମୟରେ ଜନସାଧାରଣ ଙ୍କ ମନରେ ଦୁଃଖ ର ଛାୟା ଦେଖିବାକୁ ମିଳିଥିଲା lଏହି ଅଂଚଳ ରେ ଦୀର୍ଘ 7 ବର୍ଷ ପରେ ମାଙ୍କ ଘଣ୍ଟ ପର୍ବ ଅତିଧୁଧାମ ରେ ପାଳିତ ହୋଇଥିଲା l ଓଡିଶା ଓ ଆନ୍ଧ୍ର ପ୍ରଦେଶ ର ବିଭିନ୍ନ ଅଂଚଳ ରୁ ପ୍ରତ୍ୟକ ଦିନ ସହ ସହଦାର୍ଶଜ ଆସି ମା ଙ୍କ ଦର୍ଶନ କରିବାର ଦେଖିବାକୁ ମିଳିଥିଲା ଜନସାଧାରଣ ବହୁ ସଂଖ୍ୟା ରେ ଯୋଗଦେଇ ଶାନ୍ତି ଶୃଙ୍କଳା ର ସହିତ ଏହି ଘଣ୍ଟ ପର୍ବ କୁ ଉପଭୋଗ କରିଥିବାରୁ ଜନସାଧାରଣ ଙ୍କୁ କମିଟି ପକ୍ଷରୁ ଧନ୍ୟବାଦଜଣାଇଛନ୍ତି l ଏହି ଲିହୁରି ଠାକୁରାଣୀ ଘଣ୍ଟ ପର୍ବ ର ବିଶେଶ୍ୱତ ଏହି କି ଗାଁ ର ପ୍ରତ୍ୟକ ଘର କୁ ନିଜ ନିଜ ର ବନ୍ଧୁବାନ୍ଧବ ମନେ ଯାତ୍ରା ର ଅନ୍ତିମ ଦିନ ର ଗୋଟିଏ ଦିନ ପୂର୍ବରୁ ଆସିଥାନ୍ତି l ଶେଷ ଦିନ ନିଜ ନିଜ ର ବନ୍ଧୁ ବାନ୍ଧବ ଙ୍କ ନିମନ୍ତେ ପ୍ରତ୍ୟକ ଘରେ ଘରେ ପ୍ରସାଦ ସେବନ ର ବ୍ୟବସ୍ଥା ହୋଇଥାଏ ଏଥିରେ ପ୍ରସାଦ ରୂପେ ଆମିଷ ବ୍ୟବସ୍ଥା ହୋଇଥାଏ l ଅନ୍ତିମ ଦିନ ମା ଙ୍କ ନିକଟରେ ବହୁ ସଂଖ୍ୟାରେ ଛେଳି ଓ କୁକୁଡ଼ା ପୂଜା କାର ମା ଙ୍କ ନିକଟରେ ହୋଇ ବିଷର୍ଜନ କରାଯାଇଥାଏ l ପରେ ପରେ ସନ୍ଧ୍ୟା ପୂର୍ବରୁ ବାହାର ଗ୍ରାମରୁ ଆସିଥିବା ବ୍ୟକ୍ତି ମାନେ ନିଜ ନିଜ ଘର କୁ ଚାଲିଯାଇଥାନ୍ତି ଜନସାଧାରଣ ଙ୍କ କହିବା ଅନୁଯାଇ ଯେଉଁମାନେ ବିସର୍ଜନ ଦିନ ଫେରିକି ନିଜ ଘର କୁ ଯିବେ ନାହିଁ ତାହାହେଲେ ଆହୁରି 21 ଦିନ ପରେ ଯିବେ ବୋଲି ଏହି ପ୍ରଥା ପୂର୍ବ ପୁରୁଷ ରୁ ଚାଲିଆସୁଛି ବୋଲି ସ୍ଥାନୀୟ ବାସୀ କହିଛନ୍ତି l ଏହି 9 ଦିନ ଧରି ଗୁଣୁପୁର ର ପୂଜକ ସୁରେନ୍ଦ୍ର ବିରଦଳେଇ ବେଜୁ ଭେଷ ରେ ପୂଜା କରୁଥିଲେ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
