ରାୟଗଡ ଠିକାଦାର ସଙ୍ଘ ର ବୈଠକ ଅନୁଷ୍ଠିତ
ରାୟଗଡ ( info media) ରାୟଗଡା ଜିଲ୍ଲା ଠିକାଦାର ସଂଘ ତରଫ ରୁ ଏକ ବୈଠକ ଗୁଣୁପୁର ସହର ର ନିମନ୍ତ୍ରଣ କଲ୍ୟାଣ ମଣ୍ଡପ ଠାରେଅନୁଷ୍ଠିତ ହୋଇଯାଇଛି ଏଥିରେ ଏ କ୍ଲାସ,ସ୍ପେସିଆଲ କ୍ଲାସ ଓ ସୁପର କ୍ଲାସ ଠିକାଦାର ଙ୍କୁ ନେଇ ଏଇ ବୈଠକ ଆୟୋଜିତ ହୋଇଥିଲା । ଏଥିରେ ରାୟଗଡ଼ା ଜିଲ୍ଲା ର ଶତାଧିକ ଠିକାଦାର ଉପସ୍ଥିତ ହୋଇଥିଲେ। ଗୁଣୁପୁର ର ବରିଷ୍ଠ ଠିକାଦାର ସଭାପତି ନିରଞ୍ଜନ ପାଢ଼ୀ, ଜୀବନ ଚନ୍ଦ୍ର ସାହୁ, ସିମାଞ୍ଚଳ ନିମଲପୁରୀ, ସଲିଳ ସେନାପତି ଓ ପଦ୍ମପୁର ର ଦେବାନନ୍ଦ କୋଣ୍ଡା, ଶିବରାମ ସାହୁ, ରାୟଗଡା ଜିଲ୍ଲା ସଭାପତି ସୁଶାନ୍ତ ନାୟକ, ଉପଦେଷ୍ଟା ରୁଦ୍ର ପାଣିଗ୍ରାହୀ,ଦିଲୁ ପଣ୍ଡା, ଅଖିଲ ଦାସ, ଦିପୁ ପତି,ସୁରେନ୍ଦ୍ର ମହାରଣା, ବିଜୟ ସେନାପତି, ରଞ୍ଜନ ପରିଡା ଚନ୍ଦ୍ରକାନ୍ତ ସାମଲ, ସତ୍ୟ ପାଢ଼ୀ, ସୋନିୟା ସୁବୁଦ୍ଧି ଏବଂ ମୁନିଗୁଡାରୁ କେଶବ ସାହୁକାର ଏବଂ ବିସମକଟ ଠିକାଦାର ସଭ୍ୟ ବୃନ୍ଦ ଆଲୋଚନା କରିଛନ୍ତି ଯେ ଆମ ରାୟଗଡା ଜିଲ୍ଲାରେ କେବଳ ରାୟଗଡା ଜିଲ୍ଲାର ଠିକାଦାର ହିଁ ଟେଣ୍ଡର ପକେଇ ପାରିବେ। ସେଡୁୁଲ ରେଟ ରେ କାମ ପକେଇବା ପାଇଁ ସବୁ ଠିକାଦାର ଏକମତ ହଇଥିବା ର ଜଣାପଡିଛି । ବାହାର ଜିଲ୍ଲାର ଠିକାଦାର ଙ୍କୁ ଆମ ଜିଲ୍ଲା ରେ ଟେଣ୍ଡର ନ ପକେଇବା ପାଇଁ ସବୁ ଜିଲ୍ଲା କୁ ଅନୁରୋଧ କରା ଯାଇଛି ଏବଂ ବାହାର ଜିଲ୍ଲାର ଠିକାଦାରଙ୍କ ରାୟଗଡା ଜିଲ୍ଲାରେ କୌଣସି ଠିକାଦାର ପେଟି କାମ ନ କରିବା ପାଇଁ ସଙ୍ଘ ନିଷ୍ପତ୍ତି ନେଇଛି ଯଦି ସଂଘ ର କଥା ଅମାନ୍ୟ କରି ଯେ କୌଣସି ବ୍ୟକ୍ତି ଅନ୍ୟ ଜିଲ୍ଲାର ଠିକାଦାରଙ୍କ କାମ କରିବେ ସଂଘ ତାଙ୍କ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ନବ। ଆଜିର ଏହି କାର୍ଯ୍ୟକ୍ରମ ରେ ରାୟଗଡା ଜିଲ୍ଲାର କ୍ରସର ମାଲିକ ସଂଘ ର ସଭାପତି ଶ୍ରୀ କାଶୀ ନାଇଡ଼ୁ ଯୋଗ ଦେଇଥିଲେ l ଶ୍ରୀ ନାଇଡ଼ୁ ଙ୍କୁ ରାୟଗଡା ଜିଲ୍ଲାର ଠିକାଦାର ନିବେଦନ କରିଛନ୍ତି ଯେ ବାହାର ଜିଲ୍ଲାର କୌଣସି ଠିକାଦାର ଆସି ରାୟଗଡା ରେ କାମ କଲେ ତାଙ୍କୁ ସମ୍ପୂର୍ଣ ରୁପେ ଚିପ୍ସ ମ୍ୟାଟେରିଆଲ ନ ଦେବା ପାଇଁ ନିବେଦନ କରିଛନ୍ତି, କ୍ରସର ମାଲିକ ସଂଘ ର ସଭାପତି ଶ୍ରୀ କାଶୀ ନାଇଡ଼ୁ ଏହାକୁ ସମ୍ପୂର୍ଣ ରୁପେ ଠିକାଦାର ସଂଘ କୁ ସାହାଯ୍ୟ କରିବେ ବୋଲି ଦୃଢ଼ ପ୍ରତିଶୃତି ଦେଇଛନ୍ତି। ଏହି ନିଷ୍ପତ୍ତି କୁ ସଂଘ ର ସବୁ ସବୁ ସଦସ୍ୟ ସ୍ୱର ଉତ୍ତଳନ କରିଛନ୍ତି ଯେ ବାହାର ଜିଲ୍ଲାର ଠିକାଦାର ଙ୍କୁ ରାୟଗଡା ଜିଲ୍ଲାରେ କାମ କରାଇଦେବେନି। ଟେଣ୍ଡର କାମ ଯଦି 20କୋଟି ରୁ ଉର୍ଦ୍ଧ ହେଲେ ବାହାର ଜ଼ିଲ୍ଲା ର ଠିକାଦାର ଟେଣ୍ଡର ପେପର ଢାଳିପାରିବବ ବୋଲି ସହମତି ହୋଇଥିଲା l ଠିକାଦାର ରୁଦ୍ର ପାଣିଗ୍ରାହୀ ଓ ନିରଞ୍ଜନ ପାଢ଼ୀ ନିଜ ମତ ରଖି କହିଥିଲେ ଜେ ଜ଼ିଲ୍ଲା ରେ ବହୁ ଠିକାଦାର ଅଛନ୍ତି କିଂତୁ ବାହାର ଜ଼ିଲ୍ଲା ର ଠିକାଦାର ଆସି କମ ରେଟ ରେ କାମ ନେଉଛନ୍ତି ତେଣୁ ଜ଼ିଲ୍ଲା ର ଠିକାଦାର ମନଙ୍କ. ଉନ୍ନତି ହୋଇପାରୁନାହିଁ l ସରକାର ଙ୍କ ନିର୍ଧାରିତ ରେଟ ରେ କାମ ପାଇଁ ଟେଣ୍ଡର ଢ଼ାଳିବା ପାଇଁ ନିଷ୍ପତି ହୋଇଛି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ ରାୟଗଡା ରୁଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
