*ଯୋଗ ସଚେତନତା ରେ ନୂଆ ଇତିହାସ ରଚିବ
ବ୍ରହ୍ମପୁର : ୨୧ ଜୁନରେ ଭବ୍ୟ ସମାରୋହରେ ରେ ପାଳିତ ହେବ “ବିଶ୍ୱ ଯୋଗ ଦିବସ – ୨୦୨୬”**ବ୍ରହ୍ମପୁର ନୀଳକଣ୍ଠ ନଗର, ବ୍ରିଟ୍ କଲୋନୀସ୍ଥିତ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ, ବ୍ରହ୍ମପୁର ଶାଖା କାର୍ଯ୍ୟାଳୟରେ ଆଜି *“ଆନ୍ତର୍ଜାତୀୟ ଯୋଗ ଦିବସ–୨୦୨୬”* ଉପଲକ୍ଷେ ଏକ ଗୁରୁତ୍ୱପୂର୍ଣ୍ଣ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆୟୋଜକ କମିଟିର ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ କୁମାର ସାବତ, ସଂଯୋଜକ ଡ଼ାକ୍ତର.ସମରେନ୍ଦ୍ର କୁମାର ସାହୁ, ସହ-ସଂଯୋଜକ ଡକ୍ଟର.ଶଙ୍କର ମାଝୀ, ବିଭାଗ ସଂଗଠିକା ସୁଶ୍ରୀ ନୀଲାକ୍ଷୀ ଦିଦି, ବିବେକାନନ୍ଦ କେନ୍ଦ୍ରର ନଗର ପ୍ରମୁଖ ଶ୍ରୀ କେଦାରନାଥ ପଣ୍ଡା, ଶ୍ରୀ ଦେବବ୍ରତ ଦେବ ଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଆସନ୍ତା *୨୧ ଜୁନ୍ ୨୦୨୬ ତାରିଖ(ରବିବାର ଦିନ) ସ୍ଥାନୀୟ ମହାତ୍ମା ଗାନ୍ଧୀ କ୍ରୀଡ଼ାଙ୍ଗନ, ବ୍ରହ୍ମପୁର ଠାରେ ପ୍ରାତଃ ୬ ଘଣ୍ଟାରୁ ୮ ଘଣ୍ଟା* ପର୍ଯ୍ୟନ୍ତ *“ଆନ୍ତର୍ଜାତୀୟ ଯୋଗ ଦିବସ–୨୦୨୬”* କୁ ଏକ ଭବ୍ୟ,ସୁସଂଗଠିତ ଓ ଐତିହାସିକ ସମାରୋହ ମାଧ୍ୟମରେ ପାଳନ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି।ବୈଠକରେ ସୂଚନା ଅନୁଯାୟୀ ଏହି ମହାନ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ *ବ୍ରହ୍ମପୁର ପୌର ନିଗମ* ପକ୍ଷରୁ ସହଯୋଗ ପ୍ରଦାନ ମିଳିବା ସହ କାର୍ଯ୍ୟକ୍ରମରେ ସକ୍ରିୟ ଭାଗୀଦାର ହେବା ପାଇଁ ସହମତି ପ୍ରକାଶ ପାଇଛି।
