କାର୍ଯ୍ୟକ୍ଷେତ୍ରରେ ମହିଳା ନିର୍ଯାତନା ରୋକିବାକୁ ‘SHe-Box’ ପୋର୍ଟାଲ: ବୌଦ୍ଧରେ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ l

କାର୍ଯ୍ୟକ୍ଷେତ୍ରରେ ମହିଳା ନିର୍ଯାତନା ରୋକିବାକୁ ‘SHe-Box’ ପୋର୍ଟାଲ: ବୌଦ୍ଧରେ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ l

କାର୍ଯ୍ୟକ୍ଷେତ୍ରରେ ମହିଳା ନିର୍ଯାତନା ରୋକିବାକୁ ‘SHe-Box’ ପୋର୍ଟାଲ: ବୌଦ୍ଧରେ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ l

ବୌଦ୍ଧ ତା 16 ମଇ 2026: କାର୍ଯ୍ୟକ୍ଷେତ୍ରରେ ମହିଳାମାନଙ୍କ ଯୌନ ଉତ୍ପୀଡନ ରୋକିବା ଏବଂ ଅନଲାଇନ ଅଭିଯୋଗ ଦାଖଲ ପ୍ରକ୍ରିୟାକୁ ସହଜ କରିବା ଉଦ୍ଦେଶ୍ୟରେ ଆଜି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ ‘SHe-Box’ (Sexual Harassment electronic Box) ପୋର୍ଟାଲ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ ଓ ହସ୍ପିଟାଲର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (IC) ର ସଦସ୍ୟମାନେ ଯୋଗ ଦେଇଥିଲେ। ମାଷ୍ଟର ଟ୍ରେନରମାନେ ସୂଚନା ଦେଇ କହିଲେ ଯେ, କେନ୍ଦ୍ର ସରକାରଙ୍କ ‘SHe-Box’ ପୋର୍ଟାଲ ମାଧ୍ୟମରେ କୌଣସି ମହିଳା କର୍ମଚାରୀ ନିଜ କାର୍ଯ୍ୟକ୍ଷେତ୍ରରେ ଯୌନ ଉତ୍ପୀଡନର ଶିକାର ହେଲେ ସିଧାସଳଖ ଅନଲାଇନରେ ଅଭିଯୋଗ ଦାଖଲ କରିପାରିବେ। ଏହି ଅଭିଯୋଗ ସିଧା ସମ୍ପୃକ୍ତ ସଂସ୍ଥାର IC ଓ ଜିଲ୍ଲାର ସ୍ଥାନୀୟ ଅଭିଯୋଗ କମିଟି ନିକଟକୁ ଯିବ। ଅଭିଯୋଗକାରୀଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ଏବଂ 90 ଦିନ ମଧ୍ୟରେ ତଦନ୍ତ ସାରି କାର୍ଯ୍ୟାନୁଷ୍ଠାନ ନେବାକୁ ନିୟମ ରହିଛି।ଏହି ଅବସରରେ SHe-Box ପୋର୍ଟାଲରେ କିପରି ପଞ୍ଜୀକରଣ ଓ ଅଭିଯୋଗ ଦାଖଲ କରାଯିବ, କର୍ମଶାଳାରେ ଜିଲ୍ଲା ମହିଳା ଅଧିକାରୀ, CDPO, ଶ୍ରମ ଅଧିକାରୀ, ବିଭିନ୍ନ ବିଭାଗର ନୋଡାଲ ଅଫିସର ଏବଂ 50 ରୁ ଅଧିକ ମହିଳା କର୍ମଚାରୀ ଉପସ୍ଥିତ ଥିଲେ।କଣ୍ଟାମାଳରୁ ଗଣେଶ ପାଣିଗ୍ରାହୀ ରିପୋର୍ଟ