*ଦେଉଳ ମୁଣ୍ଡାରେ ଭାଗବତ ସପ୍ତାହ ଉଦଯାପିତ : ସହସ୍ରାଧିକ ଭକ୍ତଙ୍କ ସମାଗମ*
ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ପଞ୍ଚାୟତର ଦେଉଳ ମୁଣ୍ଡା ଗ୍ରାମରେ ଦୀର୍ଘ ଶହେ ବର୍ଷରୁ ଅଧିକ ସମୟ ଧରି ଚାଲିଆସୁଥିବା ପାରମ୍ପରିକ ଭାଗବତ ସପ୍ତାହ ପାରାୟଣ ରବିବାର ଉଦଯାପିତ ହୋଇଛି। ଗ୍ରାମର ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଗତ ୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା।ସପ୍ତମ ତଥା ଶେଷ ଦିନରେ ଭାଗବତର ଏକାଦଶ ଓ ଦ୍ୱାଦଶ ସ୍କନ୍ଧ ପାଠ କରାଯାଇଥିଲା। ବିଶେଷକରି ଉଦ୍ଧବଙ୍କ ଦ୍ୱାରା ଶ୍ରୀକୃଷ୍ଣଙ୍କ ପାଦୁକାକୁ ମୁଣ୍ଡରେ ବୋହି ପାରାୟଣ ମଣ୍ଡପ ପରିକ୍ରମା କରାଯାଇଥିବା ଦୃଶ୍ୟ ଉପସ୍ଥିତ ଭକ୍ତମାନଙ୍କୁ ଭାବବିହ୍ୱଳ କରିଥିଲା। ଦ୍ୱାଦଶ ସ୍କନ୍ଧର ସୂଚୀ ଅଧ୍ୟାୟ ପାଠ ବେଳେ ଶ୍ରଦ୍ଧାଳୁମାନେ ନିରବତାର ସହ ଶ୍ରବଣ କରିଥିଲେ। ଅନ୍ତିମ ପର୍ଯ୍ୟାୟରେ ବିଦାୟ ଗୀତ ପରିବେଷଣ ସମୟରେ ଅନେକ ଭକ୍ତ ଭାବବିହ୍ୱଳ ହୋଇ ପଡ଼ିଥିଲେ।ପରେ ଘୃତ ଯଜ୍ଞ ଓ ସମୂହ ପ୍ରସାଦ ସେବନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମହିଳା ଓ ପୁରୁଷଙ୍କ ମିଳିତ ଭାବବିହ୍ୱଳ ନୃତ୍ୟ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଥିଲା।ଏବର୍ଷ ଭାଗବତ ପାରାୟଣରେ ବ୍ୟାସ ଗାୟକ ଭାବେ ଓଡ଼ିଶାର ସୁନାମଧନ୍ୟ ଗାୟକ ଡ଼. ମିଲନ ମିଶ୍ର ପୁରାଣ ପାଠ କରିଥିବା ବେଳେ ବାଦ୍ୟଯନ୍ତ୍ରରେ ସ୍ୱେତ କୁମାର ଭୋଇ, ବିକାଶ ପୁରୋହିତ ଓ ସୁଦର୍ଶନ ଭୋଇ ସହଯୋଗ କରିଥିଲେ। କର୍ତ୍ତା ଭାବେ ଗ୍ରାମର ଗୌନ୍ତିଆ ଶୁଭେନ୍ଦୁ ଚାନ୍ଦ ଓ ତାଙ୍କ ଧର୍ମପତ୍ନୀ ଅର୍ପିତା ଚାନ୍ଦ କାର୍ଯ୍ୟନିର୍ବାହ କରୁଥିବା ବେଳେ ପୂଜକ ଭାବେ ପଣ୍ଡିତ ଅର୍ଜୁନ ପଣ୍ଡା ଦାୟିତ୍ୱ ତୁଲାଇଥିଲେ।ଏହି କାର୍ଯ୍ୟକ୍ରମରେ କୃଷ୍ଣଚନ୍ଦ୍ର ପାଢ଼ୀ, ରାମକୃଷ୍ଣ ପଣ୍ଡା, ସତ୍ୟନାରାୟଣ ଚାନ୍ଦ, ଜିତେନ୍ଦ୍ର ଚାନ୍ଦ, ଅକ୍ଷୟ ଚାନ୍ଦ, ପ୍ରାଣବନ୍ଧୁ ଭୋଇ, ଶୁଭ୍ରାଂଶୁ ପାଢ଼ୀ, ରଞ୍ଜିତ ଚାନ୍ଦ, ଓମ ପ୍ରକାଶ ପଣ୍ଡା, ନରେନ୍ଦ୍ର କୁମାର ଚାନ୍ଦ, ଗଙ୍ଗାଧର ନାୟକ, ମନୋରଞ୍ଜନ ଚାନ୍ଦ, ଗୋପବନ୍ଧୁ ଭୋଇ, ପୁରନ୍ଦର ଦେହୁରୀ, ଧିରେନ୍ଦ୍ର କୁମାର ବାଘ, ଧୃବଚରଣ ବାଘ, ଅଜିତ କୁମାର ଚାନ୍ଦ, ରାଧାକାନ୍ତ ପଣ୍ଡା, ସୁଜିତ ଚାନ୍ଦ, ସୋନୁ ଚାନ୍ଦ ଓ ଅଙ୍କିତ ଚାନ୍ଦଙ୍କ ସମେତ ସମସ୍ତ ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିଲେ।ପାରାୟଣ ଶେଷରେ ଆୟୋଜିତ ଭଜନ ସନ୍ଧ୍ୟାରେ ସିକୁ ମିଶ୍ର, ମୋନାଲିସା ନନ୍ଦ, ରିତାଞ୍ଜଳି ପ୍ରଧାନ, ପରିମିତା ପଣ୍ଡା ଓ ଅମୃତା ଚାନ୍ଦ ପ୍ରମୁଖ ଭଜନ ପରିବେଷଣ କରିଥିଲେ । ଗଣେଶ ପାଣିଗ୍ରାହୀ ରିପୋର୍ଟ
