ଦକ୍ଷତା ବିକାଶ ଅବସରରେ ମାଗଣା ପ୍ରଶିକ୍ଷଣ ସହ ନିଯୁକ୍ତି ସୁଯୋଗ କାର୍ଯ୍ୟକ୍ରମ।
ଗଜପତି(ମନୋଜ ପାଢ଼ୀ)-:ଓଡ଼ିଶା ଦକ୍ଷତା ବିକାଶ ଏବଂ ବୋଲିନେନି ମେଡିସ୍କିଲ୍ସ ଏକ୍ଜିକ୍ୟୁଟିଭ୍ଙ୍କ ମିଳିତ ଆନୁକୂଲ୍ୟରେ ‘ ରୋଗୀ ସମ୍ପର୍କ ସହଯୋଗୀ” (ପେସେଣ୍ଟ ରିଲେସନ୍ସ ଆସୋସିଏଟ୍) ଏବଂ ଗୋଦାମ ଫାର୍ମାସୀ ସହଯୋଗୀ (ୱେର ହାଉସିଂ ଫାର୍ମାସି) ପାଠ୍ୟକ୍ରମ ବିଷୟରେ ସମ୍ପୂର୍ଣ୍ଣ ମାଗଣା ପ୍ରଶିକ୍ଷଣ ଓ ନିଯୁକ୍ତି ସୁଯୋଗ ପ୍ରଦାନ କାର୍ଯ୍ୟକ୍ରମ କରାଯାଉଛି।ଏହି କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ନିଯୁକ୍ତି ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀଙ୍କ ତତ୍ତ୍ଵାବଧାନରେ ଚାଲିଥିବା ବେଳେ ଉପରୋକ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସେ ଏ ସମ୍ପର୍କରେ ଏକ ବିବୃତ୍ତିରେ ଜଣାଇଛନ୍ତି।ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଜିଲ୍ଲା ନିଯୁକ୍ତି ଅଧିକାରୀ ଶ୍ରୀ ତ୍ରିପାଠୀ ଜଣାଇଛନ୍ତି ଯେ , ଏହି ପାଠ୍ୟକ୍ରମ ପାଇଁଯୋଗ୍ୟତା ହେଉଛି ସ୍ନାତକ (ଗ୍ରାଜୁଏସନ) କିମ୍ବା ଦ୍ୱାଦଶ ପାସ କରିଥିବା ଆବଶ୍ୟକ। ସେହିଭଳି ଏଥିପାଇଁ ବୟସ ସୀମା ହେଉଛି ୧୮ ରୁ ୩୫ ବର୍ଷ । ଏଥିପାଇଁ ରହିଥିବା ସୁବିଧା ଗୁଡ଼ିକ ମଧ୍ୟରେ ରହିଛି , ମୁଖ୍ୟତଃ ଏଥିରେ ମାଗଣା ପ୍ରଶିକ୍ଷଣ ଦିଆଯିବା ସହିତ ମାଗଣା ରହିବା ଏବଂ ଖାଇବା ବ୍ୟବସ୍ଥା ଅଛି। ସେହିଭଳି ଏହି ପାଠ୍ୟକ୍ରମ ପାଇଁ ଓଡ଼ିଶା’ର ଯେ କୌଣସି ଜିଲ୍ଲାର ପ୍ରାର୍ଥୀ ରୋଗୀ ସମ୍ପର୍କ ସହଯୋଗୀ(ପି.ଆର୍.ଏ) କୋର୍ସ ପାଇଁ ଆବେଦନ କରିପାରିବେ ଏବଂ ଆଗ୍ରହୀ ଛାତ୍ରଛାତ୍ରୀ ମାନେ ଶ୍ରୀକାକୁଲମ ଜିଲ୍ଲାର ରାଗୋଲୁ ସ୍ଥିତ ‘ଜେମ୍ସ ହସ୍ପିଟାଲ’ ଠାରେ ଆବେଦନ କରିପାରିବେ। ଅନ୍ୟପକ୍ଷରେ ଏ ସମ୍ପର୍କରେ ଇଚ୍ଛୁକ ଛାତ୍ରଛାତ୍ରୀ ମାନେ ଅଧିକ ସୂଚନା ଜାଣିବା ପାଇଁ ମୋବାଇଲ ଫୋନ୍ ନମ୍ବର ୭୯୯୫୦୧୩୪୨୨ ଯୋଗାଯୋଗ କରିବା ପାଇଁ ନିବେଦନ କରାଯାଇଛି ।
