ମନ୍ଦିର ପୁନରୁଦ୍ଧାର କାର୍ଯ୍ୟ ପରେ ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ବିଧାୟକ ।

ମନ୍ଦିର ପୁନରୁଦ୍ଧାର କାର୍ଯ୍ୟ ପରେ ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ବିଧାୟକ ।

ମନ୍ଦିର ପୁନରୁଦ୍ଧାର କାର୍ଯ୍ୟ ପରେ ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ବିଧାୟକ ।

ଗଜପତି (ମନୋଜ ପାଢ଼ୀ)-:ଆଜି ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ସାନ କତୁରୁ ଗ୍ରାମ ଠାରେ ମାଁ ଗ୍ରାମଦେବୀ ଠାକୁରାଣୀ ମନ୍ଦିର ଓ ଶିବ ମନ୍ଦିର ର ନବୀକରଣ କାର୍ଯ୍ୟ ଶେଷ ହୋଇ ଆଜି ଏହି ମନ୍ଦିର ର ପ୍ରତିଷ୍ଠା ଅବସର ରେ ଶୁଭ ଉଦଘାଟନ କଲେ ବିଧାୟକ ରୁପେଶ ପାଣିଗ୍ରାହୀ , ପ୍ରଥମେ ଗ୍ରାମ ଠାରୁ ବିଧାୟକ ଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା , ପରେ କରାଯାଇଥିବା ପୂଜାର୍ଚ୍ଚନା ରେ ସାମିଲ ହୋଇଥିଲେ ବିଧାୟକ , ଗତ କିଛିଦିନ ହେବ ଏହି ମନ୍ଦିର କାର୍ଯ୍ୟ ଚାଲୁଥିବା ବେଳେ, ଚଳିତ ସପ୍ତାହ ରେ କାର୍ଯ୍ୟ ଶେଷ ହୋଇଥିଲା, ଏହି ପ୍ରତିଷ୍ଠା ରେ ସ୍ଥାନୀୟ ହଜାର ହଜାର ଭକ୍ତ ସାମିଲ ହୋଇ ମାଁ ଙ୍କୁ ଦର୍ଶନ କରିଥିଲେ ପ୍ରସାଦ ସେବନ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ , ଏହି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ରେ ବିଧାୟକ ସମେତ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏନ୍ ଭିରରାଜୁ,ଅନୁସାରେ ଦେବୀ ଉପାଧ୍ୟକ୍ଷ , ଜିଲ୍ଲାପରିଷଦ ନିଲାବତି ପାରିଗା,, ଏନ୍ ଝାନ୍ସିରାଣୀ ସ୍ଥାନୀୟ ସରପଞ୍ଚ , ଜେ ଭାରତୀ ସମିତି ପ୍ରମୁଖ ଉପସ୍ଥିତ ଥିଲେ ।