ସ୍ବର୍ଗତ ୟାଲା କୋଣ୍ଡା ବାବୁ ଙ୍କ 65 ତମ ଜନ୍ମଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ରାୟଗଡ( info media) ରାୟଗଡ ଜ଼ିଲ୍ଲାବାସୀ ଙ୍କ ସମସ୍ତଙ୍କର ପ୍ରିୟ ଜନନେତା, ଦିଗ୍ଦର୍ଶକ, ପ୍ରେରଣାର ଉତ୍ସ ତଥା ଅସଂଖ୍ୟ ହୃଦୟରେ ନିଜର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ସ୍ୱର୍ଗତ ୟାଲ୍ଲା ଭେଙ୍କଟେଶ୍ୱର ରାଓ (କୋଣ୍ଡା ବାବୁ) ମହୋଦୟଙ୍କ ୬୫ତମ ଜୟନ୍ତୀ ପାଳନ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ କୋଣ୍ଡା ବାବୁଙ୍କ ଅଫିସ ଠାରେ କୋଣ୍ଡା ବାବୁ ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି l ଅବସରରେ ଆସନ୍ତା ୧୪ ନଭେମ୍ବର ୨୦୨୬ ତାରିଖ ଦିନ ରାୟଗଡ଼ା ରିଙ୍ଗ୍ ରୋଡ୍ସ୍ଥିତ କୋଣ୍ଡା ବାବୁ ମହୋଦୟଙ୍କ କାର୍ଯ୍ୟାଳୟ ନିକଟରେ ଏକ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯିବା ନିମନ୍ତେ ସ୍ଥିର ହୋଇଛି l ପ୍ରତି ବର୍ଷ ନିଜ ଜନ୍ମଦିନ ରେ କୋଣ୍ଡା ବାବୁ ଅନାଥ ଆଶ୍ରମ ଓ ଵୃଦ୍ଧାଶ୍ରମ ଯାଇ ସେମାନଙ୍କ ସହିତ କିଛି ସମୟ ବିତାୟୀ ଫଳ ବଣ୍ଟନ କରୁଥିଲେ ତାଙ୍କରି ଏହି ରାସ୍ତା କୁ ଅନୁସରଣ କରି ଫଳ ବଣ୍ଟନ ମଧ୍ୟ୍ୟ କରାଯିବା ସହିତ ପ୍ରାୟ 2 ହଜାର ଲୋକଙ୍କ ନିମନ୍ତେ ଭୋଜନ ର ବ୍ୟବସ୍ଥା କରାଯାଇଥିବା କାଶୀନାଇଡ଼ୁ କହିଛନ୍ତି l ସେ ପୁଣି କହିଛନ୍ତି ଯେ ମଣିଷ ଜୀବନ କ୍ଷଣସ୍ଥାୟୀ, କିନ୍ତୁ ତାଙ୍କର ମହତ୍ କର୍ମ, ଜନସେବା ପ୍ରତି ନିଷ୍ଠା ଓ ଲୋକଙ୍କ ହୃଦୟରେ ଛାଡ଼ିଯାଇଥିବା ଅମିଟ ସ୍ମୃତି ସବୁଦିନ ପାଇଁ ଅମର ହୋଇ ରହିଥାଏ। ଆମ ପ୍ରିୟ କୋଣ୍ଡା ବାବୁ ମହୋଦୟଙ୍କ ପ୍ରତି ଆମର ଶ୍ରଦ୍ଧା, ଭଲପାଇବା ଓ ସମ୍ମାନକୁ ଏକ ମହତ୍ ସେବା କାର୍ଯ୍ୟ ମାଧ୍ୟମରେ ଅର୍ପଣ କରିବା ହିଁ ଏହି ଆୟୋଜନର ମୂଳ ଉଦ୍ଦେଶ୍ୟବୋଲି ଏହି ପବିତ୍ର ଅବସରରେ କୋଣ୍ଡା ବାବୁ ମହୋଦୟଙ୍କ ସମସ୍ତ ଶ୍ରେୟୋଭିଳାଷୀ, ଅନୁଗାମୀ, ଆତ୍ମୀୟସ୍ୱଜନ, ବନ୍ଧୁବାନ୍ଧବ ଓ ଅଗଣିତ ପ୍ରଶଂସକମାନଙ୍କୁ ହୃଦୟଭରା ନିମନ୍ତ୍ରଣ କରିଛନ୍ତି l
ଆପଣମାନେ ସମସ୍ତେ ଏହି ମହତ୍ କାର୍ଯ୍ୟରେ ନିଜର ଉପସ୍ଥିତି ଜଣାଇବା ସହ ସ୍ୱେଚ୍ଛାକୃତ ରକ୍ତଦାନ କରି ଏହି ମାନବୀୟ ସେବାକୁ ସାର୍ଥକ କରିବେ ବୋଲି ମୋର ଦୃଢ଼ ବିଶ୍ୱାସ ଓ ଆନ୍ତରିକ ଆଶା ବୋଲି କୋଣ୍ଡା ବାଟୁଲୁ ଶ୍ରୀନିବାସ କହିଛନ୍ତି l ପ୍ରିୟ ନେତାଙ୍କ ସ୍ମୃତିକୁ ସେବାରେ ପରିଣତ କରିବା। ଗୋଟିଏ ୟୁନିଟ୍ ରକ୍ତ, କାହାରି ଜୀବନରେ ନୂତନ ଆଶାର ସଞ୍ଚାର କରିପାରେ।ଗୁରୁଙ୍କ ପ୍ରତି ଶିଷ୍ୟର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେଉଛି, ତାଙ୍କ ଦେଖାଇଥିବା ସେବା ଓ ମାନବିକତାର ପଥରେ ଆଗେଇ ଚାଲିବା ବୋଲି କୋଣ୍ଡା ବାବୁ ଙ୍କ ଶିଷ୍ୟ ଗୋପାଳ ଖୁରା କହିଛନ୍ତି l ଏହି ପ୍ରସ୍ତୁତି ବୈଠକ ରେ କାଶୀନାଇଡ଼ୁ, ଆଦିନାରାୟଣ, କେ ସି ପଟ୍ଟନାୟକ, ଲକ୍ଷ୍ମୀ ମୋହନ ପଟ୍ଟନାୟକ, କେ ଶ୍ରୀନିବାସ, ହରି ହିମରିକା, ହସମୁଖ ହାକୁଭାଇ, ବିରୋଜା ପାତ୍ର ଙ୍କ ସମତେ ବହୁ କୋଣ୍ଡା ବାବୁ ପ୍ରେମୀ ଯୋଗଦେଇଥିଲେ lରାୟଗଡ ରୁ ଅମୁଲ୍ୟ ନୁଷଙ୍କ ଙ୍କ ରିପୋର୍ଟ
