ତାଲମେଣ୍ଡା ର ଇଚ୍ଛା ମୁତାବକ ମୃତ୍ୟୁ ଆବେଦନ କରିଥିବା ଚାଷୀ ରୋହିତ ଭୋଇ କୁଂ ଭେଟିଲେ ରାଜ୍ଯ ରାଜିବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନ ସମ୍ପାଦକ ପାଣ୍ଡବ କର୍ଣ୍ଣ ଭେଟିଲେ।
ବରଗଡ୧୩ ୫ ( ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ତାଲମେଂଡା ପଂଚାୟତ ରୋହିତ ଭୋଇ ଖରିଫ ଋତୁର ଧାନ ବିକ୍ରି କରି ପାରିନଥିଲେ। ଘରେ ବୃଦ୍ଧ/ ବୃଦ୍ଧା ପିତାମାତା କଂ ଔଷଧ, ଛୁଆପିଲାଙ୍କ ପାଠପଢା ଖର୍ଚ୍ଚ ଆହୁରି ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଅର୍ଥାଭାବ ରେ ବହୁତ ଦୁଃଖକଷ୍ଟ ରେ ଚଳୁଥିଲେ। ସେ ବରଗଡ ଜିଲ୍ଲାପାଳ କଂ ନିକଟକୁ ପତ୍ର ମାଧ୍ୟମରେ ଇଚ୍ଛା ମୁତାବକ ମୃତ୍ୟୁ ପାଇଁ ଆବେଦନ କରିଥିଲେ। ଏହା ଜାଣି ରାଜ୍ୟ ରାଜିବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନ ସମ୍ପାଦକ ପାଣ୍ଡବ କର୍ଣ୍ଣ ତାଲମେଣ୍ଡା ଆସି ଉକ୍ତ ଚାଷୀ ରୋହିତ ଭୋଇ କୁଂ ଭେଟି ଆତ୍ମାହତ୍ଯା ଭଳି ଚରମ ପଦକ୍ଷେପ ନ ନେବାକୁ ବୁଝାଇ ଥିଲେ।ଭଗବାନଙ୍କ ନିକଟରେ ଭରସା ରଖି ଜୀବନ ଅତିବାହିତ କରିବା ପାଇଁ ଅନୁରୋଧ କରିଥିଲେ। ଚାଷୀ ଧାନ ଅଭାବୀ ବିକ୍ରି କଥା ସରକାର କଂ ଦାବୀ ଜଣାଇବା ପାଇଁ ଶ୍ରୀ କର୍ଣ୍ଣ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ତାଲମେଣ୍ଡା ଗ୍ରାମ ବଡପଡା ତରଫରୁ ୫୦ ବର୍ଷ ହେବ ନାମ ସଙ୍କୀର୍ତ୍ତନ ହୋଇଆସୁଥିଲା ଧାନ ଅଭାବୀ ବିକ୍ରି ପାଇଁ ଏବର୍ଷ ବନ୍ଦ ହୋଇଯାଇଛି। ଭଗବାନଙ୍କ ନିକଟରେ ଭରସା ରଖି ଜୀବନ ଅତିବାହିତ କରିବାକୁ ଅନୁରୋଧ କରିଥିଲେ। ଏହି ସମୟରେ ତାଲମେଣ୍ଡା ସମିତି ସଭ୍ୟ ସଦାନନ୍ଦ ଭୋଇ,ଗ୍ରାମ ର ଭଦ୍ରବ୍ୟକ୍ତି ଜଟାଧାରୀ ପ୍ରଧାନ, ଯାଦବ ସାହୁ, ଅର୍ଜୁନ ବଢ଼େଇ, ରାଜୀବ ମହାପାତ୍ର, ଅନାଦି ଭୋଇ ସମେତ ରେମଣ୍ଡା ର ଜାପାନୀ ସାହୁ ଓ ବହୁ ସଂଖ୍ୟାରେ ଚାଷୀ ମାନେ ଉପସ୍ଥିତ ରହି ଥିଲେ।
