ସେଞ୍ଚୁରିଅନ ପବ୍ଲିକ ସ୍କୁଲ ଛାତ୍ରଛାତ୍ରୀଙ୍କ ସିବିଏସଇ ଯୁକ୍ତ ୨-୨୦୨୬ ପରୀକ୍ଷାରେ ଅଭୂତପୂର୍ବ ସଫଳତା
ରାୟଗଡ: (info media) ଆଜି ସିବିଏସଇ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ରାୟଗଡାର ସେଞ୍ଚୁରିଅନ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ଅଭୂତପୂର୍ବ ସଫଳତା ହାସଲ କରି ବିଦ୍ୟାଳୟର ସୁନାମକୁ ଅକ୍ଷୁଣ୍ଣ ରଖିଛନ୍ତି। ସୁଶ୍ରୀ ଆଇସାରାଣୀ ଦାସ ଶତକଡା ୯୦.୨% ଅଙ୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସୁଜୟ ମଣ୍ଡଳ ଓ ବର୍ଷା ପାଢ଼ୀ ସର୍ବମୋଟ ୮୮% ଅଙ୍କ ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।ବିଦ୍ୟାଳୟର ମୋଟ ୧୨୨ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୩ ଜଣ ଡିଷ୍ଟିଙ୍କସନ୍ ପାଇଥିବା ବେଳେ ଅବଶିଷ୍ଟ ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଫଳାଫଳ ପ୍ରକାଶ ପରେ ବିଦ୍ୟାଳୟ ପରିସରରେ ଖୁସିର ମାହୋଲ ସୃଷ୍ଟି ହୋଇଥିଲା। ଛାତ୍ରଛାତ୍ରୀମାନେ ପରସ୍ପରକୁ ମିଠା ଖୁଆଇ ଓ ଅଭିନନ୍ଦନ ଜଣାଇ ନିଜର ଆନନ୍ଦ ପ୍ରକାଶ କରିଥିଲେ। ଅଭିଭାବକମାନେ ମଧ୍ୟ ନିଜ ସନ୍ତାନଙ୍କ ସଫଳତାରେ ଅତ୍ୟନ୍ତ ଖୁସି ବ୍ୟକ୍ତ କରି ବିଦ୍ୟାଳୟର ଶିକ୍ଷାଦାନ ପ୍ରଣାଳୀ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କ ନିଷ୍ଠାକୁ ଭୁୟସୀ ପ୍ରଶଂସା କରିଥିଲେ।ରିଜିଓନାଲ ଡିରେକ୍ଟର ଡ଼. ରାଜେଶ କୁମାର ପାଢ଼ୀ ସମସ୍ତ ଛାତ୍ରଛାତ୍ରୀ, ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଉଦ୍ୟମକୁ ଭୁୟସୀ ପ୍ରଶଂସା କରି ଭବିଷ୍ୟତରେ ବିଦ୍ୟାଳୟ ଏହିଭଳି ସଫଳତାର ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
