ଫୁଲବାଣୀ କୁଇ ସମାଜ ସେବା ସମିତି ର ବାର୍ଷିକ ସାଧାରଣ ଉତ୍ସବ ଅନୁଷ୍ଠିତ
କନ୍ଧମାଳ :-୧୨/୫(ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସଂଗଠନ ଫୁଲବାଣୀ ରେ ଥିବା କୁଇ ସମାଜ ସେବା ସମିତି ର ଖଜୁରୀପଡ଼ା ବ୍ଲକ ବିଲାବାଡି ପଞ୍ଚାୟତ ଅନ୍ତର୍ଗତ କାକେନ୍ଦ୍ରୀ ଠାରେ କେନ୍ଦ୍ର କୁଇ ସମାଜର ବାର୍ଷିକ ସାଧାରଣ ଉତ୍ସବ ଚଳିତ ମାସ ୯ ଓ ୧୦ ଦୁଇଦିନ ଧରି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିବସର କାର୍ଯ୍ୟକ୍ରମରେ ବୁରାପେନୁ ଟାଣାପେନୁଙ୍କ ନିକଟରେ ପୂଜା ପାଠ କରି ପୂର୍ବକ କାର୍ଯ୍ୟକାରୀ ସଭାପତି ଶ୍ରୀ ରମାକାନ୍ତ ମଲିକଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ପ୍ରଥମେ କୁଇ ସମାଜ ସେବା ସମିତି ଗଠନ କରିଥିବା ଦିବଂଗତ ସମାଜ ସେବୀ ମାନଙ୍କ ପାଇଁ ନିରବ ପ୍ରାର୍ଥନା କରି କେନ୍ଦ୍ର ଅଧିନସ୍ଥ ବିଭିନ୍ନ ଶାଖା କାର୍ଯ୍ୟ ପରିଚାଳନା ବିଷୟରେ ଆଲୋଚନା ହେବା ସହ କୁଇ ରୀତିନୀତି ସପ୍ତମ ସଂସ୍କରଣ ପାଇଁ ଲିଖିତ ନୀତି ନିୟମ ବିଷୟରେ ଆଲୋଚନା ହେବା ସହ ଶାଖା କର୍ମ କର୍ତ୍ତା ବୁଦ୍ଧିଜୀବୀ ମାନଙ୍କ ଠାରୁ ମତାମତ ଲୋଡା ଯାଇଥିଲା। ଦ୍ବିତୀୟ ଦିବସ ପୂର୍ବାହ୍ନ ୯ ଘଣ୍ଟିକା ସମୟରେ କୁଇ ଜାତୀୟ ପତାକା ଉତ୍ତୋଳନ କରାଯାଇ ସଭାପତି ଶ୍ରୀ ସୁଦର୍ଶନ କହଁର ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟବକ୍ତା ଭାବେ କଳାହାଣ୍ଡି ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ନିରଦ ଚନ୍ଦ୍ର କହଁର ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ରୂପେ ବିଲାବାଡି ପଞ୍ଚାୟତ ସରପଞ୍ଚ ରବିନ୍ଦ୍ର ଭୁକ୍ତା, ସମିତି ସଭ୍ୟା ଶ୍ରୀମତୀ ସୁଷମା ମଳିକ,ସୁଡ୍ରେଜୁ ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ପ୍ରଧାନ,ଗୋଛାପଡା ସରପଞ୍ଚ ଯୁଗାନ୍ତ କହଁର, ଶିକ୍ଷୟିତ୍ରୀ ଶ୍ରୀମତୀ ନଳିନୀ କହଁର ପ୍ରମୁଖ ଯୋଗଦେଇ ଥିଲେ । ଡ।. ନିରଦ ଚନ୍ଦ୍ର କହଁର କୁଇ କନ୍ଧ ସମାଜ ର କନ୍ଧମାଳ ରେ ନିଜର ସ୍ତର ଓ ବିଭିନ୍ନ ଭୂମିକାକୁ ନେଇ ନିଜର ସ୍ବରଚିତ କବିତା ପଠନ କରି ସମାଜ ସଚେତନ ,ଶିକ୍ଷା ଓ ଆର୍ଥିକ ଉପରେ କିପରି ଅଭିବୃଦ୍ଧି ଘଟିବ ସେ ବିଷୟରେ ସମସ୍ତଙ୍କୁ ଦିଗଦର୍ଶନ ଦେଇ ଥିଲେ। ସମ୍ମାନୀତ ଅତିଥି ମାନେ ବିଶେଷ କରି ବିଲାବାଡି ପଞ୍ଚାୟତରେ ଥିବା ବିଭିନ୍ନ ମୈ।ଳିକ ସୁବିଧା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ ତଦ୍ ସହିତ ଆମ ସମାଜରେ କିପରି ଶିକ୍ଷା, ସାମାଜିକ ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ହେବ ସେଥିପାଇଁ କର୍ମକର୍ତ୍ତାମାନଙ୍କୁ ଦୃଷ୍ଟି ଦେବାକୁ କହିଥିଲେ । କେନ୍ଦ୍ର ମୁଖ୍ୟ ସଭ୍ୟ ଗୈ।ତମ ପ୍ରଧାନ ଆମର ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ସରକାର ଯୋଗାଉ ଥିବା ବିଭିନ୍ନ ସୁବିଧା ବିଷୟରେ ଦୃଷ୍ଟି ଆକର୍ଷଣ କରିବା ସହିତ ନିଜର ପୁଅ ଝିଅ ମାନଙ୍କୁ ଦ୍ୱାଦଶ ଶ୍ରେଣୀ ସର୍ବ ନିମ୍ନ ଶିକ୍ଷାଗତ ଅର୍ଜନ କରାଇବାକୁ କହିଥିଲେ ।
ସାଧାରଣ ସମ୍ପାଦକ ଶ୍ରୀ ଅବନୀ କୁମାର କହଁର କୁଇ ମାନଙ୍କ ଅସଲି ଭାଷା, ସଂସ୍କୃତି, ନୃତ୍ୟ ପରମ୍ପରା ଉପରେ ବୁଝାଇବା ସହିତ ଆଗାମୀ ଜନଗଣନା ବିଷୟରେ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ । ତାପରେ ବିଭିନ୍ନ ଶାଖା ଅଞ୍ଚଳରୁ ଆସିଥିବା ସାଂସ୍କୃତିକ ଦଳ ନୃତ୍ୟ ପରିବେଷଣ କରିଥିଲେ। ଶେଷରେ ଶିକ୍ଷା,ଚାଷ ଏବଂ ସମାଜ ସେବା ପାଇଁ ତିନି ଜଣଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧନା କରାଯାଇଥିଲା ।ଏଥିରେ କୁଇ ସମାଜ ସେବା ସମିତି ଫୁଲବାଣୀ କେନ୍ଦ୍ର ମୁଖ୍ୟ ସଭ୍ୟ ଗୈ।ତମ ପ୍ରଧାନ, କାର୍ଯ୍ୟକାରୀ ସଭାପତି ରମାକାନ୍ତ ମଲିକ, ସାଧାରଣ ସମ୍ପାଦକ ଅବନୀ କୁମାର କହଁର , ସହ ସମ୍ପାଦକ ଅଚ୍ୟୁତ ଜାନୀ କୋଷାଧ୍ୟକ୍ଷ ଭାବିନ୍ଦ୍ର କହଁର, କୁଇ ସମାଜ ଯୁବ ପରିଷଦ ଉପସଭାପତି ଆଲୋକ କହଁର , କେନ୍ଦ୍ର ନାରୀ ସଭାନେତ୍ରୀ ସୌଦାମିନୀ କହଁର,ସମ୍ପାଦିକା ସୁଶ୍ରୀ ଗୀତାଞଳୀ କହଁର, ସମାଜସେବୀ ତଥା ଆଦିବାସୀ ମହାସଂଘ ନାରୀ ନେତ୍ରୀ ସୁନିତା କହଁର , ମିଳିତ ମଞ୍ଚ ସଭାପତି ସମିର ଘଟାଲ , ପୂର୍ବତନ କୁଇ ସମାଜ ସେବା ସମିତି ଫୁଲବାଣୀ ସମ୍ପାଦକ ଶ୍ରୀନିବାସ ମଲିକ, ପୂର୍ବତନ ଯୁଗ୍ମ ସମ୍ପାଦକ ବଲମା କହଁର ଫିରିଙ୍ଗିଆ ଶାଖା ସଭାପତି ତଥା କେନ୍ଦ୍ର ଉପଦେଷ୍ଟା ମୁକୁନ୍ଦ କହଁର, ଆୟୋଜିତ ଅଞ୍ଚଳର ଗୁଆ ହରିଡ଼ା ଶାଖା ସଭାପତି ମସ୍ତରାମ ମଲିକ, ସମ୍ପାଦକ ବିଶ୍ଵପତି ମଲିକ ସମେତ ବିଭିନ୍ନ ଶାଖା ର ସଭାପତି, ସମ୍ପାଦକ ଓ ଅନ୍ୟାନ୍ୟ କର୍ମକର୍ତ୍ତା ସଦସ୍ୟ ସଦସ୍ୟା ଏବଂ ହଜାର ହଜାର କୁଇ ସମାଜ ପ୍ରେମୀ ଉପସ୍ଥିତ ଥିଲେ । ମଞ୍ଚ ପରିଚାଳନା କୁଇ ଭାଷା ସାହିତ୍ୟ ସମିତି, କୁଇଦିନା କୋଷାଧ୍ୟକ୍ଷ ଶ୍ରୀ ଅର୍ଜ୍ଜୁନ କହଁର କରିଥିବା ବେଳେ କୁଇ ସମାଜ ଫିରିଙ୍ଗିଆ ଶାଖା ସମ୍ପାଦକ ଏସିଆ କହଁର ଧନ୍ୟବାଦ ଅର୍ପଣ କରିଥିଲେ।
