ମାଜିଗୁଡା ମଣ୍ଡଳ ର ସେରିଗୁମା ଓ ପୂଜାରୀଗୁଡା ର ବହୁ ବ୍ୟକ୍ତିଙ୍କୁ. ବିଜେପି ରେ ଯୋଗଦାନ

ମାଜିଗୁଡା ମଣ୍ଡଳ ର ସେରିଗୁମା ଓ ପୂଜାରୀଗୁଡା ର ବହୁ ବ୍ୟକ୍ତିଙ୍କୁ. ବିଜେପି ରେ ଯୋଗଦାନ

ମାଜିଗୁଡା ମଣ୍ଡଳ ର ସେରିଗୁମା ଓ ପୂଜାରୀଗୁଡା ର ବହୁ ବ୍ୟକ୍ତିଙ୍କୁ. ବିଜେପି ରେ ଯୋଗଦାନ

ରାୟଗଡ( info media) ବିଜେପିର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବହୁ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ବିଜେପୁର ରେ ଯୋଗଦାନ କରିଛନ୍ତି l ମାଜିଗୁଡା ମଣ୍ଡଳ ସଭାପତି ଅନିଲ କୁମାର ଜାଡି ଙ୍କ ଜନସେବା କାର୍ଯ୍ୟକ୍ରମ ରେ ସନ୍ତୁଷ୍ଟ ଓ ଅନିଲ ଙ୍କୁ ବିଶ୍ୱାସ ଓ ଭରସା କାରି କେସିଂପୁର ବ୍ଲକ ମାଝୀଗୁଡା ମଣ୍ଡଳ ଅନ୍ତର୍ଗତ ସେରିଗୁମା ଶକ୍ତିକେନ୍ଦ୍ର ଓ ପୂଜାରୀଗୁଡା ଠାରେ ମଣ୍ଡଳର ପଦାଧିକାରୀଙ୍କ ନେତୃତ୍ୱରେ ଏକ ମିଶ୍ରଣ ପର୍ବ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ଭାରତୀୟ ଜନତା ପାର୍ଟି ର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି , କଂଗ୍ରେସ ଏବଂ ବିଏସପି ଦଳର ବହୁ ପ୍ରମୁଖ ନେତା ଓ ସକ୍ରିୟ କାର୍ଯ୍ୟକର୍ତ୍ତା ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି। ଦଳୀୟ ଟୋପି ପିନ୍ଧାଇବା ସହିତ ଉତ୍ତରୀୟ ପକାଇ ବିଜେପି କୁ ସ୍ୱାଗତ କରିଥିଲେ ଲେହି ମିଶ୍ରଣ ପର୍ବ ରେ ଅତିଥି ଭାବେ ଗୋପୀ ଆନନ୍ଦ ବିଜେପି ଜିଲ୍ଲା ସଭାପତି, କାଳିରାମ ମାଝୀ କୋରାପୁଟ ଲୋକସଭା ସାଂସଦ ପ୍ରାର୍ଥୀ, ଭିକାରି ନାହାକ ଜ଼ିଲ୍ଲା ସାଧାରଣ ସମ୍ପାଦକ,ଦୁଷ୍ମନ୍ତ ସିଂଦେଓ ଜ଼ିଲ୍ଲା ଉପସଭାପତି ବିଦ୍ୟାଧର ଶବର ସ୍ୱତନ୍ତ୍ର ଉନୟନ ପରିଷଦ ଅଧକ୍ଷ, ରଜିତା କୋରଡା ଜ଼ିଲ୍ଲା ମହିଳା ମୋର୍ଚା, ସଭାନେତ୍ରୀ, ଅଶ୍ୱିନୀ କୋଂଚଡ଼ା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା, ଉମେଶ ଖୋସଲା ରାଜ୍ୟ ଯୁବ ମୋର୍ଚାଉପସଭାପତି ଙ୍କ ସହିତ ଜିଲ୍ଲାର ଅନ୍ୟାନ୍ୟ ମାନ୍ୟଗଣ୍ୟ ନେତୃବୃନ୍ଦ ଉପସ୍ଥିତ ରହି ନୂତନ ଭାବେ ଯୋଗଦେଇଥିବା ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଉତ୍ତରୀୟ ପ୍ରଦାନ କରି ଦଳକୁ ହାର୍ଦ୍ଦିକ ସ୍ୱାଗତ ଜଣାଇଥିଲେ lଦଳରେ ଏହି ନୂତନ ଯୋଗଦାନ ଫଳରେ ଅଞ୍ଚଳରେ ବିଜେପି ସଂଗଠନ ଆହୁରି ସୁଦୃଢ଼ ଓ ଶକ୍ତିଶାଳୀ ହେବ ବୋଲି ମାଜିଗୁଡା ମଣ୍ଡଳ ସଭାପତି ଅନିଲ କହିଛନ୍ତି l ବିଜେଡି କଂଗ୍ରେସ ଓ ବି ଏସ ପି ଦଳ କୁ ବିଶ୍ୱାସ ଓ ଭରସା ନ କରି ବ୍ଲକ ର ଜନସାଧାରଣ ବିଜେପି ମୁହାଁ ହେଉଛନ୍ତି ଏହା ବିଜେପି ନିମନ୍ତେ ଏକ ଶୁଭଙ୍କର ଓ ଦଳ ଅଧିକ ମଜୁବୁତ ହେବା ସହିତ ଆଗାମୀ ପଂଚାୟତ ନିର୍ବାଚନ ରେ ବିଜେପି ବିପୁଳ ପରିମାଣରେ ବିଜୟ କରିବ ବୋଲି ଅନିଲ କହିଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ