ସେଞ୍ଚୁରିଆନ ୟୁନିଭର୍ସିଟି ରାୟଗଡାରେ ନର୍ସେସ୍‌ ସପ୍ତାହର ସମାପନୀ ଉତ୍ସବ

ସେଞ୍ଚୁରିଆନ ୟୁନିଭର୍ସିଟି ରାୟଗଡାରେ ନର୍ସେସ୍‌ ସପ୍ତାହର ସମାପନୀ ଉତ୍ସବ

ସେଞ୍ଚୁରିଆନ ୟୁନିଭର୍ସିଟି ରାୟଗଡାରେ ନର୍ସେସ୍‌ ସପ୍ତାହର ସମାପନୀ ଉତ୍ସବ

ରାୟଗଡ, ୧୨/୫(info media):ସେଞ୍ଚୁରୀଆନ ୟୁନିଭେର୍ସିଟି ଅଫ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜେମେଣ୍ଟ (ସିୟୁଟିଏମ ) ରାୟଗଡ କ୍ୟାମ୍ପସର ସ୍କୁଲ ଅଫ୍ ନର୍ସିଂ ପକ୍ଷରୁ ଚଳିତ ମାସ ମେ ୬ ରୁ ମେ ୧୨ ତାରିଖ ଆଜି ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପି ପାଳିତ ନର୍ସେସ୍‌ ସପ୍ତାହର ଭବ୍ୟ ସମାପନୀ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଆନ୍ତର୍ଜାତୀୟ ନର୍ସ ଦିବସକୁ ଅବସର କରି ଆୟୋଜିତ ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ନର୍ସିଂ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଭାଗ ନେଇଥିଲେ। ସ୍କୁଲ ଅଫ୍ ନର୍ସିଂର ପ୍ରିନ୍ସିପାଲ ଡା. ଉର୍ମିଳା କାଟୁରୁଙ୍କ ନିର୍ଦ୍ଦେଶନା ଓ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସଫଳଭାବେ ଆୟୋଜିତ ହୋଇଥିଲା। ସପ୍ତାହ ଧରି ବିଭିନ୍ନ ପ୍ରତିଯୋଗିତା, ସାହିତ୍ୟିକ ଓ ସୃଜନଶୀଳ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ଓ ନର୍ସିଂ ପ୍ରତି ସମର୍ପଣ ଭାବନା ପ୍ରକାଶ ପାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଆଜି ମେ ୧୨ ତାରିଖରେ ଆୟୋଜିତ ସମାପନୀ ଉତ୍ସବରେ ରିଜିଓନାଲ ଡାଇରେକ୍ଟର ଡା. ରାଜେଶ କୁମାର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡା. ଚନ୍ଦ୍ରଶେଖର ପାତ୍ର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଉଭୟ ଅତିଥି ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ ଏବଂ ଆନ୍ତର୍ଜାତୀୟ ନର୍ସ ଦିବସ ଅବସରରେ କେକ୍ କାଟି ଉତ୍ସବ ପାଳନ କରିଥିଲେ। ନିଜ ବକ୍ତବ୍ୟରେ ଡା. ପାଢ଼ୀ ନର୍ସମାନଙ୍କର ସ୍ୱାସ୍ଥ୍ୟସେବାରେ ଅପରିହାର୍ଯ୍ୟ ଭୂମିକା, ନିରନ୍ତର ଶିକ୍ଷାର ଆବଶ୍ୟକତା ଏବଂ ମାନବିକ ସେବାର ମହତ୍ତ୍ୱ ଉପରେ ଆଲୋକପାତ କରି ଛାତ୍ରଛାତ୍ରୀଙ୍କୁ ପ୍ରେରିତ କରିଥିଲେ। ଡା. ପାତ୍ର ମଧ୍ୟ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣକୁ ପ୍ରଶଂସା କରି ଭବିଷ୍ୟତରେ ନିଷ୍ଠା ଓ ପେଶାଦାରିତ୍ୱ ସହ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ।ଏହି ଆୟୋଜନ ମାଧ୍ୟମରେ ୟୁନିଭର୍ସିଟିର ଉତ୍କୃଷ୍ଟ ନର୍ସିଂ ଶିକ୍ଷା ପ୍ରତିବଦ୍ଧତା ପୁନର୍ବାର ପ୍ରମାଣିତ ହୋଇଥିବା ବେଳେ ଛାତ୍ରଛାତ୍ରୀମାନେ ଫ୍ଲୋରେନ୍ସ ନାଇଟନେଙ୍ଗଲଙ୍କ ମହାନ ସେବା ଓ ଆଦର୍ଶକୁ ଅନୁସରଣ କରିବାକୁ ପ୍ରେରଣା ପାଇଥିଲେ।ରାୟଗଡ ରି ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ