ଧଳା ଜହର ଜବତ ଓ ଯୁବକ କୋର୍ଟ ଚାଲାଣ।
ଗତକାଲି ସନ୍ଧ୍ୟାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୋଷାଣୀ ନୂଆଗାଁ ଥାନା ପୋଲିସ ଏସ ଆଇ ଗୌରବ ରଞ୍ଜନ ଦାସ ଙ୍କ ନେତୃତ୍ୱରେ ଅନ୍ୟ କିଛି କର୍ମଚାରୀ ଜାତୀୟ ରାଜପଥ ହଳଦିଆ ପଦର ନିକଟରେ ସନ୍ଦେହ ଜନକ ଭାବେ ଜଣେ ଯୁବକକୁ ଜେରା କରିବା ବେଳେ ତା ନିକଟରୁ ଏକ ପଲିଥିନ ମୁଣାରେ କିଛି ଧଳା ଜହର ରହିଛି। ଯାହାର ଓଜନ ମାତ୍ର ୬ .୬୯ ଗ୍ରାମ ଅଟେ। ପୋଲିସ ଏହି କାରବାର ରେ ସମ୍ପୃକ୍ତ ବଡ଼ବଜାର ଥାନା ଅନ୍ତର୍ଗତ ହରିଡ଼ାଖଣ୍ଡି ଶାସ୍ତ୍ରୀ ନଗର ଅଞ୍ଚଳର ସନ୍ତୋଷ କୁମାର ପାତ୍ର ନାମକ ଯୁବକ କୁ ଅବକାରୀ ଆଇନ ଏନ୍ ଡି ପି ଏସ ଧାରା ଅନୁଯାୟୀ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି।
