ଆରାବାକା ଠାରେ କୁଇ ସମାଜ ର ବାର୍ଷିକ ସମ୍ମିଳନୀ…..

ଆରାବାକା ଠାରେ କୁଇ ସମାଜ ର ବାର୍ଷିକ ସମ୍ମିଳନୀ.....

ଆରାବାକା ଠାରେ କୁଇ ସମାଜ ର ବାର୍ଷିକ ସମ୍ମିଳନୀ…..

କନ୍ଧମାଳ : ୧୧/୪(ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ ଆରାବାକା ପଞ୍ଚାୟତ ନିକଟରେ ରେ ଥିବା କୁଇ ସମାଜ ପଡିଆ ଠାରେ 3 ଦିନ ଧରି ନିଖିଳ ଉତ୍କଳ କୁଇ ସମାଜ ର ଉପଶାଖା ରେ ଯାଉଥିବା ବୁଜୁଲିମେଣ୍ଡି ଗ୍ରୁପ ର ବାର୍ଷିକ ସନ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଦିବାସୀ ମାନଙ୍କର ମୌଳିକ ସମସ୍ୟା ତଥା ଶିକ୍ଷା,ସ୍ୟାସ୍ଥ ଓ କୃଷି, ଅର୍ଥ ନୌତିକ ବିକାଶ ଉପରେ ଆଲୋଚନା ହୋଇଥିଲା ଏବଂ ଜଳ, ଜମି, ଜଙ୍ଗଲ ତଥା ବୈବାହିକ, ଜାତିର ମହତ୍ୱ ଉପରେ ପୁଙ୍ଖାନୁପୁଙ୍ଖ ଭାବେ କୁଇ ଯୁବପିଡି ତଥା ସମସ୍ତ ଙ୍କୁ ବୁଦ୍ଧିଜୀବୀ ମାନେ ବୁଝାଇଥିଲେ ଏଥି ସହ ଆଦିବାସୀ ମାନଙ୍କ ର ପର୍ବ, ପର୍ବାଣି ରୀତିନୀତି, କୁଇ ଗୀତ ଓ ଭାଷା କୁ କିଭଳି ଶିଖି ପାରିବେ ତାହା ଆଲୋଚନା କରାଯାଇଥିଲା। ପ୍ରତିଦିନ ସନ୍ଧ୍ୟା ରେ ସଂସ୍କୃତିକ କାର୍ଯ୍ୟକ୍ରମ ଓ କୁଇ କବିତା ଅସର କରାଯାଇଥିଲା। ଏହାକୁ ସଭାପତି ସିରାସ୍ତ ମଲ୍ଲିକ, ଉପସଭାପତି ଉମାଚରଣ ପ୍ରଧାନ, ସମ୍ପାଦକ ଗୋକୁଳ ପ୍ରଧାନ,ସହସମ୍ପାଦକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, କୋଷାଧକ୍ଷ ଟିମ୍ପା ମଲ୍ଲିକ କାର୍ଯ୍ୟକ୍ରମ କୁ ତୁଲାଇଥିବାବେଳେ ପଞ୍ଚାୟତ ପୁରୁଷ ମହିଳା ସମସ୍ତେ ମିଶି ସହଯୋଗ କରିଥିଲେ।