ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ।
ଗଜପତି:31.10(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-:ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁର୍ନୀତି ନିବାରଣ ଓ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର ମହିଳା ସଦସ୍ୟା, ବିଭିନ୍ନ ମହିଳା ସଂଗଠନର ପ୍ରତିନିଧି, ସମାଜସେବୀ, ତୃତୀୟଲିଙ୍ଗୀ ସମ୍ପ୍ରଦାୟର ପ୍ରତିନିଧି ଏବଂ ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀ ଯୋଗଦେଇଥିଲେ।ଏହି ଅବସରରେ ଦୁର୍ନୀତି ବିରୋଧରେ ଜନସଚେତନତା, ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ସାଧାରଣ ଜନତାଙ୍କ ସକ୍ରିୟ ଭାଗୀଦାରି ସମ୍ପର୍କରେ ଆଲୋଚନା କରାଯାଇଥିଲା। ସମାଜର ପ୍ରତ୍ୟେକ ବର୍ଗର ଲୋକେ ଦୁର୍ନୀତିମୁକ୍ତ ସମାଜ ଗଠନ ଦିଗରେ ସଚେତନ ହେବା ସହ ନିଜ ନିଜ ସ୍ତରରେ ସହଯୋଗ କରିବାକୁ ଆହ୍ୱାନ ଦିଆଯାଇଥିଲା।ବିଭିନ୍ନ ବର୍ଗର ଲୋକଙ୍କ ଅଂଶଗ୍ରହଣରେ ଏହି ସଚେତନତା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।
