ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା ପାଇଁ ପାରଳା ବିଧାୟକ ଦୌଡ଼ିଲେ ।
ଗଜପତି (ମନୋଜ ପଡା): ସୀତାପୁର ପଞ୍ଚାୟତ ଅନ୍ତର୍ଗତ ସିଙ୍ଗିପୁର ଗ୍ରାମ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଆହତ ଦୁଇ ଜଣଙ୍କୁ ତୁରନ୍ତ ମାନବିକତା ପ୍ରଦର୍ଶନ କରି ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ ଉଦ୍ଧାର କଲେ। କାଶୀନଗର ବ୍ଲକର ଖଣ୍ଡଭା ଗ୍ରାମକୁ ଏକ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିବା ବିଧାୟକ ଏକ ମୋଟରସାଇକେଲକୁ ଏକ କାର ସହିତ ମୁହାଁମୁହିଁ ଧକ୍କା ହେଉଥିବା ଦେଖିଲେ। ଏହି ଦୁର୍ଘଟଣାରେ ମୋଟରସାଇକେଲ ଚାଳକ ଏବଂ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ରୁପେଶ ପାଣିଗ୍ରାହୀ ତୁରନ୍ତ ତାଙ୍କ ଗାଡ଼ି ଅଟକାଇ ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରିଥିଲେ, ସେମାନଙ୍କ କ୍ଷତକୁ ପାଣିରେ ସଫା କରିଥିଲେ ଏବଂ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ଏକ ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିଲେ। ସ୍ଥାନୀୟ ସରପଞ୍ଚ ତେଜେଶ୍ୱର ରାଓ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ ଏବଂ 108 ଆମ୍ବୁଲାନ୍ସ ସେବା ସହିତ ଯୋଗାଯୋଗ କରିଥିଲେ।
