ନିଷ୍ଠା ପରିବାର ତରଫ ରୁ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି।
ବରଗଡ ୪,୮(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା, ଆନ୍ଧ୍ର କେମ୍ପ ଛକ ସ୍ଥିତ ନିଷ୍ଠା ଭବନ ଠାରେ ପଶ୍ଚିମ ଓଡ଼ିଶା ର ଜନ ନେତା ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ସୁଶାନ୍ତ ସିଂ ଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା। ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ମାନେ ତାଙ୍କ ଫଟୋ ଚିତ୍ର ରେ ପୁଷ୍ପ ଅର୍ପଣ, ମଲ୍ୟାର୍ପଣ କରିବା ସହ ଦୀପ ପ୍ରଜ୍ୱଳନ କରି ନୀରବ ପ୍ରାର୍ଥନା କରିଥିଲେ। ସମାଜ ପ୍ରତି ଥିବା ତାଙ୍କ ର ଅବଦାନ କୁ ନେଇ ସମସ୍ତେ ନିଜ ନିଜ ର ବକ୍ତବ୍ୟ ପ୍ରଦାନ କରିବା ସହ ଶ୍ରୀ ସିଂ ଙ୍କ ମୃତ୍ୟୁ ସାରା ଓଡ଼ିଶା ପାଈଁ ଏକ ଅପୂରଣୀୟ କ୍ଷତି ବୋଲି ମତ ପ୍ରକାଶ କରିଥଲେ। ସମସ୍ତେ ତାଙ୍କ ସ୍ମୃତି ଚାରଣ କରିବା ସହ ଭାବ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ତାଙ୍କ ର ଅମର ଆତ୍ମାର ସଦଗତି ନିମନ୍ତେ ଇଷ୍ଟ ଦେବୀ ମାଁ ସମଲେଶ୍ଵରୀ ଙ୍କ ଠାରେ ନିଷ୍ଠା ପରିବାର ର ପ୍ରାର୍ଥନା।
