ମାଁ ପନ୍ଥେଇ ଚେରିଟେବୁଲ ଟ୍ରଷ୍ଟ କୁଲିତାଟୁକରା ଠାରେ ଶିଶୁ ଦିବସ ପାଳିତ ହୋଇଯାଇଛି।
ବରଗଡ ୧୨,୧୨-(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ କୁଲିତାଟୁକରା ଠାରେ ମାଁ ପନ୍ଥେଇ ଚେରିଟେବୁଲ ଟ୍ରଷ୍ଟ ର ଶିଶୁ ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀ ଓ ଏସଏସଜି ମହିଳା ମାନଙ୍କୁ ନେଇ ହୁଲହୁଲି, ରଂଗୋଲି ଓ ମିଉଜିକାଲ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଏଥିରେ ମୁଖ୍ୟ ଅତିଥି ଭାବେ ଅତାବିରା ବ୍ଲକ ଆଇସିଡିଏସ ଅଧିକାରୀଣି ଶ୍ରୀମତୀ ଉର୍ମିଲା ପରିଡ଼ା, ସମ୍ମାନିତ ଅତିଥି ଭାବେ ସମାଜସେବୀ ତଥା ମାଁ ପନ୍ଥେଇ ଚେରିଟେବୁଲ ଟ୍ରଷ୍ଟ ପ୍ରଯୋଜିକା ଶ୍ରୀମତୀ ଟୁନୁ ତ୍ରିପାଠୀ ଓ ଶ୍ରୀମତୀ ନମିତା ପଟେଲ ଯୋଗଦାନ କରି ଛାତ୍ରଛାତ୍ରୀ , ଏସଏସଜି ମହିଳା ମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ବିତରଣ କରିଥିଲେ।
ଏହି ଅବସରରେ ଟ୍ରଷ୍ଟ ଅଧ୍ୟକ୍ଷ ଶୈଳରାଜ ମହାରଣା, ସଭାପତି ସନ୍ତୋଷ ସେଠ, ସଂପାଦକ ଶରତ ମହାରଣା, ସଦସ୍ୟ ଜିଗ୍ୟାସୁ ମହାଣା, ସୁମନ୍ତ ମହାରଣା ଉପସ୍ଥିତ ଥିଲେ। ସଭା କାର୍ଯ୍ୟ ବ୍ରଜେନ୍ଦ୍ର ମହାପାତ୍ର ପରିଚାଳନା କରିଥିବାବେଳେ ଶରତ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।
