ଗୁଡାରିରେ ଚୋରି ବାଇକ୍, ନଗଦ ଟଙ୍କା ଓ ମୋବାଇଲ୍ ଉଦ୍ଧାର; ଅଭିଯୁକ୍ତ ଗିରଫ
ରାୟଗଡ(info media)- ଗୁଡାରି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ଚୋରି ଘଟଣାର ତଦନ କରି ପୋଲିସ ଚୋରି ହୋଇଥିବା ବାଇକ୍, ନଗଦ ଟଙ୍କା ଓ ମୋବାଇଲ୍ ଫୋନ୍ ଉଦ୍ଧାର କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଗୁଡାରି ଥାନା ଅନ୍ତର୍ଗତ ସୁନାପାଲି ଗ୍ରାମର ସିଦ୍ଧାନ୍ତ ପାଲକା। ଶନିବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗୁଡାରି ଥାନା ଅଧିକାରୀ ବିଶ୍ବବନ୍ଦିନୀ ବାଗଙ୍କ ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୯ ତାରିଖରେ ସୁନାପାଲି ଗ୍ରାମର କାନୁନ ବେବର୍ତ୍ତାଙ୍କ ଘରୁ ଏକ ଚୋରି ଅଭିଯୋଗ ହୋଇଥିଲା। ଅଭିଯୁକ୍ତ ସିଦ୍ଧାନ୍ତ (ଯିଏକି ଅଭିଯୋଗକାରୀଙ୍କ ସମ୍ପର୍କୀୟ) ତାଙ୍କ ଘରୁ ୨୨,୦୦୦ ଟଙ୍କା, ଗୋଟିଏ ମୋବାଇଲ୍ ଏବଂ ବାଇକ୍ ଚାବି ଚୋରି କରି ନେଇଥିଲା। ପରେ ସେ ଘର ଦାଣ୍ଡରେ ଥୁଆ ହୋଇଥିବା ମୋଟର ସାଇକେଲ (OD 18P 7841) ଧରି ଫେରାର୍ ହୋଇଯାଇଥିଲା। ଏନେଇ ଥାନାରେ କେସ୍ ନମ୍ବର ୧୦୮/୨୦୨୬ ରେ ଏକ ମାମଲ ରୁଜୁ କରାଯାଇଥିଲା। ମାମଲା ରୁଜୁ ହେବା ପରେ ପୋଲିସ ତତ୍ପରତାର ସହ ଖୋଳତାଡ଼ ଆରମ୍ଭକରିଥିଲା। ତଦନ୍ତ ବେଳେ ବ୍ଲକ୍ ଅନ୍ତର୍ଗତ ତଳତାମ୍ପର ଓ ବଲିଗୁଡା ଗ୍ରାମ ମଝିରେ ଥିବା ଏକ କାଜୁ ତୋଟାରୁ ଚୋରି ବାଇକ୍କୁ ପୋଲିସ ଠାବ କରିଥିଲା ଏବଂ ବାଇକ୍ର ଡିକିରୁ ଚାବି ମଧ୍ୟମିଳିଥିଲା। ପୋଲିସ ନିଜର ଚତୁରତା ପ୍ରୟୋଗ କ ମୋଟର ସାଇକେଲ ସମେତ ନଗଦ ୨୨,୦୦୦ ଟଙ୍କା ଏବଂ ଚୋରି ମୋବାଇଲ୍କୁ ସଫଳତାର ସହ ଉଦ୍ଧା-କରିଛି। ଉଦ୍ଧାର କରାଯାଇଥିବା ସମସ୍ତ ସାମଗ୍ରୀ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ବିଶ୍ୱବନ୍ଦିନୀ ବାଘ ପ୍ରକାଶ କରିଛନ୍ତି। ଏହି ମାମଲାରେ ତଦନୁକାରୀ ଅଧିକାରୀ (ଆଇଓ) ଭାବେ ପି. ଶ୍ୟାମସୁନ୍ଦର ଦାୟିତ୍ଵ ତୁଲାଉଛନ୍ତି।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
